ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ରାଜନୈତିକ ରିସ୍କ୍ ନେଇଥିଲେ ମୁଖ୍ୟମନ୍ତ୍ରୀ: କାର୍ତ୍ତିକ ପାଣ୍ଡିଆନ
ଜାତୀୟ ଗଣମାଧ୍ୟମ ANIରେ ସାକ୍ଷାତକାରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମତ ରଖିଛନ୍ତି । ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଓ ଓଡ଼ିଶାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ।

ପୁରୀ(କେନ୍ୟୁଜ) : ଜାତୀୟ ଗଣମାଧ୍ୟମ ANIରେ ସାକ୍ଷାତକାରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମତ ରଖିଛନ୍ତି । ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଓ ଓଡ଼ିଶାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ବିଗତ ୫ ଶହ ବର୍ଷ ମଧ୍ୟରେ ପୁରୀରେ ହୋଇଥିବା ସବୁଠାରୁ ମହତ୍ୱାକାଂକ୍ଷୀ କାର୍ଯ୍ୟ ମଧ୍ୟରୁ ଏହା ଗୋଟିଏ ବୋଲି ପାଣ୍ଡିଆନ କହିଛନ୍ତି । ପରିକ୍ରମା ପ୍ରକଳ୍ପକୁ ନେଇ କିଛି ବ୍ୟକ୍ତି ନକରାତ୍ମକ ପ୍ରଚାର କରୁଥିଲେ । ଏହି ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିର ଭୁଷୁଡ଼ି ପଡିବ ବୋଲି ଗୁଜବ ହୋଇଥିଲା ବୋଲି କହିଛନ୍ତି 5T ଅଧ୍ୟକ୍ଷ।