ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେବ ବରଗଡ଼, BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼(କେନ୍ଯୁଜ୍): ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେବ ବରଗଡ଼ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାବାସୀ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ । ଆଜି ବରଗଡ଼ ଗସ୍ତରେ ଯାଇ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୦ଟା ୧୫ରେ ଭୁବନେଶ୍ୱରରୁ ବାହାରି ୧୧ଟା ସୁଦ୍ଧା ପଦ୍ମପୁର ସ୍ଥିତ ସତୀଭଟ୍ଟା ଏୟାରଷ୍ଟ୍ରିପରେ ପହଞ୍ଚିବେ । ହେଲିକପ୍ଟର ଯୋଗେ ସଭାସ୍ଥଳକୁ ଅପରାହ୍ମ ୧୨ଟା ସୁଦ୍ଧା ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।

ବିଜେପୁର ଷ୍ଟାଡିୟମରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ ବରଗଡ଼ ଜିଲ୍ଲାର ୩ ଲକ୍ଷ ୬୩ ହଜାର ହିତାଧିକାରୀ । ଏଥିସହ ବରଗଡ଼ ପାଇଁ ପ୍ରାୟ ୨୯୫ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ବିଜେପୁର ନିର୍ବାଚନ ମଣ୍ଡଳୀର ୭୧ଟି 5T ରୂପାନ୍ତରଣ ହାଇସ୍କୁଲର ଶୁଭ ଉଦ୍‌ଘାଟନ କରିବେ । ପରେ ଜିଲ୍ଲାର ୧୨ଟି ବ୍ଲକ ଓ ପଞ୍ଚାୟତରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ହେବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.