ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ଦୂର ହେବ ଲୋକଙ୍କ ସମସ୍ୟା

ଭୁବନେଶ୍ୱର(କେନ୍ୟୁଜ): ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସି ଖବର । ପ୍ରତିଦିନ ଲୋକଙ୍କ ଦୁଃଖ ଣୁଣିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ । ଆଜିଠାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ସମୟରେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।
ସୂଚନା ଅନୁସାରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ମୋହନ ଚରଣ ମାଝୀ ଲୋକପ୍ରିୟତା ହାସଲ କରିଛନ୍ତି । ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ମିଶିବା ସହ ସୁଖ ଦୁଃଖରେ ସାଥି ହେଉଛନ୍ତି । ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ୱାସନା ମଧ୍ୟ ଦେଉଛନ୍ତି ।
ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।