ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ସୁରକ୍ଷା କଡ଼ାକଡ଼ି । ସମ୍ବଲପୁର ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏହାପୂର୍ବରୁ ସମ୍ବଲପୁରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଗତକାଲି ସନ୍ଧ୍ୟା ୬ଟାରେ ଧନକଉଡ଼ା ଛକ ନିକଟରୁ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଥିଲା । ଏହା ସୁନାପାଲି, ମୋତିଜୀରା, ଭୁତାପଡା, ବଡ଼ସଡ଼କ, କୁଞ୍ଜେଲପଡା, ସମଲେଶ୍ୱରୀ ମନ୍ଦିର ଦେଇ ରେଲୱେ ଷ୍ଟେସନ ଓ ଜିଏମ କଲେଜ ଛକରେ ଏହି ଫ୍ଲାଗ ମାର୍ଚ୍ଚ ଶେଷ ହୋଇଥିଲା ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ । ଅପରାହ୍ନ ଗୋଟାଏ ୧୦ରେ ସମଲେଇ ମନ୍ଦିରରେ ପହଞ୍ଚି ମାଆ ସମଲେଇଙ୍କୁ ଦର୍ଶନ କରିବେ । ଏହାପରେ ଦିନ ୩ଟା ୩୫ରେ ମରାୱାଡ଼ି ଯୁବାମଞ୍ଚ ଦ୍ବାରା ରିଭର ଇନଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହେବେ । ଅପରାହ୍ନ ୪ଟା ୧୫ରେ ମୁଖ୍ୟମନ୍ତ୍ରୀ ତପସ୍ବିନୀ ହଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଉଦଘାଟନ କରିବେ । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କର ୫ଟି କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସୁରକ୍ଷା କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।