ବିଜୁ ପଟ୍ଟନାୟକ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଦିଆଯିବ କଳିଙ୍ଗ ୟୁନିସ୍କୋ ଆୱାର୍ଡ

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ବପ୍ନକୁ ପୂରଣ କରିବେ ସରକାର । ବିଜୁ ବାବୁ ଥିଲେ ଓଡ଼ିଶାର ପଥ ପ୍ରଦର୍ଶକ । ଓଡ଼ିଶାରେ ଶିଳ୍ପାୟନ ଓ ମହିଳା ସଶକ୍ତୀକରଣ ନେଇ ସେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଭୁବନେଶ୍ବର ଜୟଦେବ ଭବନରେ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହା ମଧ୍ଯ କହିଛନ୍ତି ଯେ ବିଜୁ ବାବୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘କଳିଙ୍ଗ ଫୁଟବଲ କପ୍’ ପୁନର୍ବାର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ବିଜୁ ବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ ଜାରି ରହିବ । ୧୯୫୨ରୁ ଆରମ୍ଭ ହୋଇଥିବା ଏହି ଆୱାର୍ଡ ଆଗକୁ ବି ଚାଲିବ ।
ସେହିପରି ବିଜୁ ବାବୁ ସମୃଦ୍ଧ ଓଡିଶା ଗଠନ ପାଇଁ ଚିନ୍ତା କରିଥିଲେ । ବିଜୁ ବାବୁ ନାରା ଦେଇଥିଲେ ଗାଁକୁ ସମ୍ମାନ ମାଆକୁ କାମ । ଗାଁର ବିକାଶ ପାଇଁ ଯାହା ସବୁ ଦରକାର ତାକୁ ସବୁ କରୁଛୁ ଓ ଆଗାମୀ ଦିନରେ ମଧ୍ୟ କରିବୁ । ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକତାରୀ କରାଯାଇ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ ଯେ ବିଜୁ ବାବୁ ସବୁବେଳେ ତୃଣମୂଳସ୍ତରର ଲୋକଙ୍କ ସେବା ଉପରେ ଗୁରୁତ୍ବ ଦେଉଥିଲେ । ଏହି ଅବସରରେ ବିଜୁ ବାବୁଙ୍କ ଜୀବନୀ ସଂପର୍ତିକ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା ।
ଆହୁରି ପଢ଼ନ୍ତୁ : ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା, ସିସିଟିଭି ଆଧାରରେ ୩ ଅଭିଯୁକ୍ତ ଗିରଫ