ଆଜି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, ୨ଟି ନିର୍ବାଚନ ମଣ୍ଡଳୀରେ କରିବେ କ୍ୟାମ୍ପେନ

ଆଜି କେନ୍ଦୁଝର ଜିଲ୍ଲାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ୨ଟି ନିର୍ବାଚନ ମଣ୍ଡଳୀରେ କ୍ୟାମ୍ପେନ କରିବେ। ସକାଳ ୧୦ଟା୧୫ ମିନିଟରେ ପ୍ରଥମେ ସଦର ନିର୍ବାଚନ ମଣ୍ଡଳୀର ସିଲିସୁଆଁ ଫୁଟବଲ୍ ପଡିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କେନ୍ଦୁଝର (କେନ୍ୟୁଜ): ଆଜି କେନ୍ଦୁଝର ଜିଲ୍ଲାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର ।  ୨ଟି ନିର୍ବାଚନ ମଣ୍ଡଳୀରେ କ୍ୟାମ୍ପେନ କରିବେ। ସକାଳ ୧୦ଟା୧୫ ମିନିଟରେ ପ୍ରଥମେ ସଦର ନିର୍ବାଚନ ମଣ୍ଡଳୀର ସିଲିସୁଆଁ ଫୁଟବଲ୍ ପଡିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଠାରେ ୪୦ ହଜାର ଲୋକଙ୍କ ସମାବେଶ ହେବ ।  ଏଥିରେ ୫ଟି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ ।

ପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ନିକଟ ଅଣା ଫୁଟବଲ୍ ପଡିଆରେ ୧୧ଟା ୧୫ ମିନିଟ୍ ରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।  ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।  ଏଥର କେନ୍ଦୁଝର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଅଛନ୍ତି ଧନୁର୍ଜୟ ସିଦ୍ଧୁ।  ଘସିପୁରାରେ ବଦ୍ରି ନାରାୟଣ ପାତ୍ର, ପାଟଣାରେ ଜଗନ୍ନାଥ ନାୟକ , ତେଲକୋଇରେ ମାଧବ ସର୍ଦ୍ଦାର, ଆନନ୍ଦପୁରରେ ଅଭିମନ୍ୟୁ ସେଠୀ, କେନ୍ଦୁଝରରେ ମୀନା ମାଝୀ, ଚମ୍ପୁଆରେ ସନାତନ ମହାକୁଡ଼, ଓ କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଛି ବିଜେଡି ।  ଏପଟେ ଭଦ୍ରକର ଧାମନଗର ଛକରେ ଜନସଭାକୁ ସମ୍ବୋଧନ କରିବେ ନବୀନ ।

Leave A Reply

Your email address will not be published.