ସମଲେଇ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା: କହିଲେ, ମାଙ୍କ ଆଶୀର୍ବାଦରେ ଏହା ଆଜି ସାକାର ହୋଇଛି

ସମଲେଇ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ମା' ସମଲେଶ୍ବରୀ ସାରା ଓଡିଶାର ଦେବୀ । ବିଶ୍ବାସର ଦେବୀ । ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରାଣକେନ୍ଦ୍ର ମା ସମଲେଶ୍ବରୀ ମନ୍ଦିର ।

ସମ୍ବଲପୁର (କେନ୍ୟୁଜ): ସମଲେଇ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ମା’ ସମଲେଶ୍ବରୀ ସାରା ଓଡିଶାର ଦେବୀ । ବିଶ୍ବାସର ଦେବୀ । ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରାଣକେନ୍ଦ୍ର ମା ସମଲେଶ୍ବରୀ ମନ୍ଦିର । କୋଟି କୋଟି ଲୋକଙ୍କର ଭାବାବେଗ ଯୋଡିହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ମା ସମଲେଶ୍ବରୀ ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା ମା ସମଲେଶ୍ବରରୀଙ୍କ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ବପ୍ନର ପ୍ରକଳ୍ପ । ମାଙ୍କ ଆଶୀର୍ବାଦରେ ଏହି ପ୍ରକଳ୍ପ ଆଜି ସାକାର ହୋଇଛି । କୋଭିଡ ସମୟ ବେଳେ ବାରମ୍ବାର ଅସୁବିଧା ଆସିଥିଲେ ମଧ୍ୟ ରେକର୍ଡ ସମୟ ମଧ୍ୟରେ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି ।

ମା ସମଲେଶ୍ବରୀ ମନ୍ଦିର ରୂପାନ୍ତରଣର ୪ଟି ମୂଳ ଲକ୍ଷ୍ୟ ରହିଥିଲା । ମନ୍ଦିର ଚାରିପଟର ଭବ୍ୟ ରୂପାନ୍ତରଣ। ଯେଉଁ ଠାରେ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନର ଦିବ୍ୟ ଅନୁଭବ ପାଇବେ । ଏହି ପ୍ରକଳ୍ପ ସାରା ଓଡିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ବଢାଇବ । ଏହାସହ ମହାନଦୀ ଘାଟ ମଧ୍ୟ ନିର୍ମାଣ ହୋଇଛି । ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ମହାନଦୀ ଆଳତିକୁ ଦର୍ଶନ କରିପାରିବେ । ମୂଳ ମନ୍ଦିର ୪ଏକର ପରିମିତ ଜାଗାରେ ରହିଥିବା ବେଳେ 5T ରୂପାନ୍ତରଣରେ ୩୮ ଏକର ଜାଗାରେ ଝଲସୁଛି ମାଙ୍କ ଭବ୍ୟ ମନ୍ଦିର । ଏଠାରେ ସ୍ଥାନୀୟ ଅଞ୍ଚଳର କଳା, ସଂସ୍କତି, ଐତିହ୍ୟ ଓ ଭାସ୍କର୍ଯ୍ୟର ଝଲକ ଦେଖିବାକୁ ମିଳୁଛି।

You might also like