ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ ଏବଂ ଅତିରିକ୍ତ ସଚିବ ହେଲେ ଅନୁପମ ଶାହା


ଭୁବନେଶ୍ୱର :
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ଅରିନ୍ଦମ ଡାକୁଆ । କଟକ ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଶ୍ରୀ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆ ଯାଇଛି। ଏବେ ଜଗତସିଂହପୁର ଜିଲ୍ଲାପାଳ ଅଛନ୍ତି ନୁପମ ଶାହା ।

ଗତ ଏପ୍ରିଲରେ କଟକ ଜିଲ୍ଲାପାଳ ଭାବେ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେହିପରି ଜଗତସିଂହପୁର ଜିଲ୍ଲାପାଳ ଭାବେ ଅନୁପମ ଶାହାଙ୍କୁ ଦାୟିତ୍ୱ ମିଳିଥିଲା । ପୂର୍ବରୁ କଟକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଦୁଇ ଜିଲ୍ଲାରେ ଦୁଇ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଥିଲା । ଅରିନ୍ଦମଙ୍କ ଘର ଭଞ୍ଜନଗର ଅଂଚଳରେ ହୋଇଥିବାବେଳେ ଅନୁପମଙ୍କ ଘର କଳାହାଣ୍ଡି ଜିଲ୍ଲାରେ। ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦେଶକ ପାହ୍ୟାର ଏହି ଦୁଇ ଅଫିସରଙ୍କୁ ଜିଲ୍ଲାପାଳ ଭାବେ ନିର୍ବାଚନ କମିଶନ ନିଯୁକ୍ତି ଦେଇଥିଲେ।