ତଳସ୍ତରକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା, ଗସ୍ତ ବେଳେ ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ
ଭୁବନେଶ୍ୱର : ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି ସହିତ ଆଗାମୀଦିନରେ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବ | ମୁଖ୍ୟମନ୍ତ୍ରୀଙ୍କ ଇଛା ଆଗାମୀ ଦିନରେ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେଠି ଲୋକଙ୍କ ଅଭିଯୋଗ ଶୁଣିବେ |
ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ତଳସ୍ତରକୁ ଯିବା ପାଇଁ | ଆଗାମୀ ଦିନରେ ବ୍ୟବସ୍ଥା ରହିଛି | ଏହାଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ | 1 ହଜାରରୁ ଅଧିକ ଅଭିଯୋଗକାରୀ ଅଭିଯୋଗ ନେଇ ଅଭିଯୋଗ କରିଛନ୍ତି | ବିକଳାଙ୍ଗ, ବୟୋଜେଷ୍ଠ ଏବଂ ବିଭିନ୍ନ ସମସ୍ୟାରେ ଜଡିତ ଥିବା ଅଭିଯୋଗକାରୀ ପଞ୍ଜିକୃତ କରିଛନ୍ତି | ବିଗତ ଦିନରେ ଅଧିକ ସଂଖ୍ୟାରେ ଲୋକ ଆସିଥିବାରୁ ସମାଧାନ ହୋଇନଥିଲା | ତେଣୁ ସରଲିକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ରଖାଯାଇଛି | ଦେଢ଼ ମାସ ବିଧାନସଭା ଥିବାରୁ କାର୍ଯ୍ୟକ୍ରମ ବନ୍ଦ ଥିଲା |
ଗତକାଲି କେନ୍ଦୁଝର ଗସ୍ତ ବେଳେ ବି ଏଭଳି କହିଛନ୍ତି | ବିଗତ ଦିନର ସରକାର ଏବଂ ଏବେର ସରକାର ଭିତରେ ପାର୍ଥକ୍ୟ ହେଉଛି ଲୋକଙ୍କ ସରକାର ମୋହନ ମାଝୀଙ୍କ ସରକାର | ଲୋକଙ୍କ ବ୍ୟବସ୍ତାକୁ ସମାଧାନ କରୁଥିବା ସରକାର | ମୋ ପାଖକୁ ଆସିଥିବା ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ କଲି | ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଗସ୍ତ ସମୟରେ ଗ୍ରୀଭାନ୍ସ କରିବେ |