କେନ୍ଦୁଝର ଗସ୍ତରେ ମୁଖ୍ୟ ସଚିବ ଓ 5T ସଚିବ, ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କରିବେ ସମୀକ୍ଷା

କେନ୍ଦୁଝର (କେନ୍ୟୁଜ୍): କେନ୍ଦୁଝର ଗସ୍ତରେ ମୁଖ୍ୟ ସଚିବ ଓ 5T ସଚିବ ଭି.କେ ପାଣ୍ଡିଆନ । ଉଭୟ ପ୍ରଥମେ ଚମ୍ପୁଆ ବ୍ଲକର ଚିମିଳା ନିକଟସ୍ଥ ହେଲିପ୍ୟାଡରେ ପହଞ୍ଚିଥିଲେ । ବାସୁଦେବପୁର ନିକଟ କାନପୁରର ବୃହତ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।

ଅନେକ ଦିନ ଧରି ଏହି ପ୍ରକଳ୍ପ ବନ୍ଦ ହୋଇ ପଡ଼ିଥିବା ବେଳେ ଏହାର କାର୍ଯ୍ୟ କିଭଳି ତୁରନ୍ତ ତ୍ୱରାନ୍ଵିତ ହୋଇ ପାରିବ ସେଥିପ୍ରତି ସମୀକ୍ଷା କରିଛନ୍ତି । ଏଥିସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବେ। କେନ୍ଦୁଝର ଜିଲ୍ଲାପାଳ, ଏସପି, ଚମ୍ପୁଆ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.