BSKY ଚାଲୁ ରହିଛି ସ୍ପଷ୍ଟ କଲେ ମୁଖ୍ୟ ସଚିବ, ଅସୁବିଧା ହେଲେ ହେଲ୍ପଲାଇନ୍ ନମ୍ବରରେ ଜଣାଇ ପାରିବେ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ BSKY ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ । ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସ୍ପଷ୍ଟୋକ୍ତି କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ‘BSKY ଚାଲୁ ରହିଛି, ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛି’ । BSKY ହିତାଧିକାରୀଙ୍କୁ ହସ୍ପିଟାଲ ଗୁଡିକ ଅବହେଳା କରିପାରିବେ ନାହିଁ । କୌଣସି ହସ୍ପିଟାଲରେ ରୋଗୀକୁ ଚିକିତ୍ସାରେ ଅବହେଳା କରିପାରିବେନି କି ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏ ଡିସ୍ଚାର୍ଜ କରିପାରିବେ ନାହିଁ । ଏଥିସହିତ କିଛି ଅସୁବିଧା ହେଲେ ହେଲ୍ପଲାଇନ୍ ନମ୍ବରରେ ୧୦୪ରେ ଜଣାଇ ପାରିବେ । କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ।
ଅନ୍ୟପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ବିଏସକେୱାଇ ଯୋଜନା ଜାରି ରହିଛି । ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତର ରହିଛି । ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସମୟରେ ଜନସାଧାରଣ ପୂର୍ବପରି ବିଏସକେୱାଇ ଜରିଆରେ ସ୍ୱାସ୍ଥ୍ୟସେବା ପାଇପାରିବେ ।