ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁମିଳନ, ଯୋଗ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁମିଳନ। ବାଣୀବିହାରର ୧୯୮୬ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶହେରୁ ଊର୍ଦ୍ଧ୍ୱ ପୂର୍ବତନ ଛାତ୍ର ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଉପସ୍ଥିତି ପୂରାତନ ବନ୍ଧୁମାନଙ୍କୁ ବେଶ ଉତ୍ସାହିତ କରିଥିଲା।

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁମିଳନ। ବାଣୀବିହାରର ୧୯୮୬ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶହେରୁ ଊର୍ଦ୍ଧ୍ୱ ପୂର୍ବତନ ଛାତ୍ର ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଉପସ୍ଥିତି ପୂରାତନ ବନ୍ଧୁମାନଙ୍କୁ ବେଶ ଉତ୍ସାହିତ କରିଥିଲା।

୧୯୮୬ ବ୍ୟାଚ୍ର ଜଣେ ପୁରାତନ ଛାତ୍ର ଆଜି ମୁଖ୍ୟ ଶାସନ ସଚିବ ପଦରେ ଥିବାରୁ ପୂର୍ବତନ ଛାତ୍ରମାନେ ବେଶ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଦୀପ ଜେନାଙ୍କୁ ୧୯୮୬ ବ୍ୟାଚ ବନ୍ଧୁଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଡଃ ଉମାକାନ୍ତ ମହାପାତ୍ରଙ୍କ ଲିଖିତ Voluntary Organisations and Rural Development in South Asia ପୁସ୍ତକର Indian Subcontinent affordable editionକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଛାତ୍ରଛାତ୍ରୀ, ଗବେଷକମାନଙ୍କ ନିମନ୍ତେ ଉନ୍ମୋଚନ କରିଥିଲେ ।

ପୁସ୍ତକର ମୁଖ୍ୟାଂଶ Google Booksରେ ଶୁଳ୍କ ମୁକ୍ତ ଭାବେ ମିଳିବାର ବ୍ୟବସ୍ଥା କରାଯାଇଛି । ଆଗ୍ରହୀ ଛାତ୍ରଛାତ୍ରୀ ମାନେ google books ରେ ବହି ଏବଂ ଅଥର୍‌ଙ୍କ ନାମ ଲେଖି ଏହି ପୁସ୍ତକର ମୁଖ୍ୟାଂଶ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.