ଗୁପ୍ତେଶ୍ୱର ପୀଠର ସୌନ୍ଦର୍ଯ୍ୟକରଣ କାମର ଅନୁଧ୍ୟାନ କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର

ଗୁପ୍ତେଶ୍ଵରକୁ ସଂଯୋଗ ଜରୁଥୁବା ଘାଟି କଟିଂ ରାସ୍ତା ନିର୍ମାଣ କାମ, ନଦୀ ଘାଟର ଉନ୍ନତିକରଣ, ମନ୍ଦିର ସମ୍ମୁଖ ତୋରଣ ନିର୍ମାଣ,ପୀଠର ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

କୋରାପୁଟ(କେନ୍ୟୁଜ୍): ୨ଦିନିଆ କୋରାପୁଟ ଗସ୍ତରେ ଯାଇ ଗୁପ୍ତେଶ୍ୱର ପୀଠର ସୌନ୍ଦର୍ଯ୍ୟକରଣ କାମର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଗୁପ୍ତେଶ୍ଵରକୁ ସଂଯୋଗ ଜରୁଥୁବା ଘାଟି କଟିଂ ରାସ୍ତା ନିର୍ମାଣ କାମ, ନଦୀ ଘାଟର ଉନ୍ନତିକରଣ, ମନ୍ଦିର ସମ୍ମୁଖ ତୋରଣ ନିର୍ମାଣ,ପୀଠର ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

ଏହା ସହ ସ୍ଥାନୀୟ ଲୋକ ପ୍ରତିନିଧି ଓ ମନ୍ଦିର କମିଟି ସଦସ୍ୟଙ୍କ ସହ ମୂଖ୍ୟ ସଚିବ ଆଲୋଚନା କରିଛନ୍ତି। ଜୟପୁର ଏୟାରପୋର୍ଟ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି ଦେଓମାଳି ଗସ୍ତ କରିବେ ମୁଖ୍ୟ ସଚିବ।