ମାଟ୍ରିକ ଓ ପ୍ଲସ ଟୁ ପରୀକ୍ଷା ସୁରୁଖୁରରେ ସାରିବା ପାଇଁ ପ୍ରାକ୍ ପ୍ରସ୍ତୁତି, ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ):  ମାଟ୍ରିକ ଓ ପ୍ଲସ ଟୁ ପରୀକ୍ଷାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଗ ଦେଇଥିଲେ । ପରୀକ୍ଷା କିଭଳି ସୁରୁଖୁରୁରେ ହେବ ନେଇ ଆଲୋଚନା ହୋଇଥିଲା । ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରେ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ।

matric exam

କେନ୍ଦ୍ରରେ ପରୀକ୍ଷା ସଞ୍ଚାଳନ, ଉତ୍ତରଖାତାକୁ ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଏବଂ ମୂଳ୍ୟାୟନ ଆଦି ସମସ୍ତ ପର୍ଯ୍ୟାୟକୁ ଶୃଙ୍ଖଳିତ କରିବା ନିମନ୍ତେ ପୂର୍ଣ୍ଣ ସହଯୋଗ କରିବାକୁ ମୁଖ୍ୟ ସଚିବ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶ୍ନପତ୍ର ରଖାଯିବାକୁ ଥିବା ହବରେ ବ୍ୟାପକ ପୋଲିସ ମୁତୟନ ରହିବେ । ୨୪ ଘଣ୍ଟା ସର୍ଭେଲାନ୍ସରେ ପ୍ରଶ୍ନପତ୍ର ରହିବ । କପି ରୋକିବା ସହ ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ମେ ୬ତାରିଖ ଯାଏ ଚାଲିବ । ସେହିପରି ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ମେ ୩୧ ତାରିଖ ଯାଏ ଚାଲିବ ।

Leave A Reply

Your email address will not be published.