ଫଳରସ ବିସ୍କୁଟ ଦେଇ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ନେଇ ଚାଲିଗଲେ ଶିଶୁ ପୁତ୍ର

କ୍ୟାପିଟାଲ ହସପିଟାଲ ଘଟଣାକୁ କେଇ ଘଣ୍ଟା ହୋଇନି ରାଜଧାନୀରେ ପୁଣି ଏକ ଶିଶୁ ଚୋରି କାଣ୍ଡ। ସାମ୍ନାକୁ ଆସିଛି ପିଲା ଚୋରି ଅଭିଯୋଗ । କେତେବେଳେ କ୍ୟାପିଟାଲ ହସ୍ପିଟାଲରୁ ପିଲା ଚୋରି ହେଉଛି ତ ପୁଣି କେତେବେଳେ ରାଜରାସ୍ତାରୁ । ଶନିବାର ରାତିର ଘଟଣା । ରାମମନ୍ଦିର ଆଗରୁ ଜନପଥରୁ ଦେଢ ବର୍ଷର ଶିଶୁକୁ ନେଇ ଫେରାର ମାରିଲେ। ଫଳରସ ବିସ୍କୁଟ ଦେଇ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ଶିଶୁ ପୁତ୍ରକୁ ନେଇ ଚାଲିଗଲେ । ଏଭଳି ଅଭିଯୋଗ ଆଣିଛନ୍ତି ମନ୍ଦିର ଆଗରେ ଭିକ୍ଷାବୃତ୍ତି କରୁଥିବା ଦୃଷ୍ଟି ବାଧିତ ମହିଳା ।
ତାଙ୍କ ଅଭିଯୋଗ ଅନୁଯାୟୀ ରାତି ପ୍ରାୟ ୩ଟା ବେଳେ ଘଟିଛି ଏହି ଘଟଣା । ରାମ ମନ୍ଦିର ସାମ୍ନାରେ ଶୋଇଥିଲେ ମହିଳା ଜଣକ। ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା ପୁଅକୁ ଖୋଜିଥିଲେ ହେଲେ ସେ ପୁଅକୁ ପାଇ ନଥିଲେ । ପରେ ଶିଶୁପୁତ୍ର ନିଖୋଜ ଥିବା ନେଇ ଖାରବେଳ ନଗର ଥାନାରେ ଜଣାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅସହାୟ ମହିଳାଙ୍କ ପୁଅକୁ ଖୋଜିବାକୁ ଛାନଭିନ ଆରମ୍ଭ କରିଛି ।
ତେବେ ନିଖୋଜ ପିଲାର ମା’ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ପିଲାକୁ ନେଇ କିଏ ନେଇ ଯାଇଥିବା ଏବଂ କିଛି ଟଙ୍କା ପାଇଁ କେହି ତାଙ୍କ ପିଲାର ଅଙ୍ଗ ତସ୍କରୀ ପାଇଁ କିଡନାପ କରିଥିବା କଥା କହିଛନ୍ତି ପିଲାର ମା’। ଦୁର୍ବୃତ୍ତମାନେ ନେଇ ଯାଉଥିବାର ଅନ୍ୟ ଜଣେ ଶିଶୁ ଦେଖିଥିବା କହିଛନ୍ତି ।
ତେବେ ଏକାଧିକ ସିସିଟିଭିକୁ ଯାଞ୍ଚ କରିବା ପରେ ଅଭିଯୋଗର ସତ୍ୟତା ରହିଥିବା ଜାଣିବାକୁ ପାଇଛି ପୋଲିସ । ଦୁର୍ବୃତ୍ତମାନେ ଦେଢ଼ ର୍ବଷର ଶିଶୁ ପୁତ୍ରକୁ ନେବା ପରେ ଏକ ଗାଡ଼ିରେ ଖାରବେଳ ନଗର ଥାନା ଅଞ୍ଚଳ ଦେଇ ଯାଉଥିବା ଦେଖିବାକୁ ମିଳିଛି । ଏହି ସିସିଟିଭିକୁ ଅନୁଧ୍ୟାନ କରି ପୋଲିସ ଅଧିକ ତଦନ୍ତ ଚଳାଇଛି।
Also read:ଓଡିଆ ଝିଅ ଲାବନ୍ୟା ଦାସ, ମିସ୍ ଟିନ୍ ଆଇକନ୍ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ନେବେ ଭାଗ