ଆଳି ବନ୍ଧସାହିରେ ଲଜ୍ଜା: ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୮୭ବର୍ଷର ବୃଦ୍ଧ ଗିରଫ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୂଇଁପୁର, ବନ୍ଧସାହି ଗ୍ରାମର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଆଜି ସକାଳୁ ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ ଗିରଫ ହେବା ପରେ, ଘଟଣା ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଭୂଇଁପୁର, ବନ୍ଧସାହି ଗ୍ରାମର ମହିଳା ସିପାନୀ ନାଥ(ଛଦ୍ମନାମ) ଶନିବାର ଆଳି ଥାନାରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ଅଭିଯୋଗ ଅନୁଯାୟୀ, ସେହି ଗ୍ରାମର ୮୭ ବର୍ଷ ବୟସ୍କ ସୁନାକର ପାତ୍ର ଗତ ୨୩ ତାରିଖ ଦିନ ତାଙ୍କ କୁନି ଝିଅ ଟପି (ଛଦ୍ମନାମ)କୁ ଟେକି ନେଇ ତାର ନିଜ ଦୋକାନ କ୍ୟାବିନ ଭିତରେ ଦୀର୍ଘ ସମୟ କବାଟ ବନ୍ଦ କରି ରଖିଥିଲା। ଏନେଇ ଖବର ପାଇ ଝିଅଟିର ପରିବାର ଲୋକେ କ୍ୟାବିନ ସମ୍ମୁଖରେ ପହଁଚିଥିଲେ । ଏହାପରେ ଝିଅକୁ ସେଠାରୁ ଘରକୁ ନେଇ ଦେଖିବା ପରେ ତାର ଶରୀରର ସମ୍ବେଦନଶୀଳ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ଜାଣିବାକୁ ପାଇଥିଲେ।

childଏ ସମ୍ପର୍କରେ ସୁନାକରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଓଲଟି ସୁନାକରଙ୍କ ପୁଅ ସିପାନୀଙ୍କୁ ନାନା ଧମକ ଦେଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ତେବେ ଶନିବାର ଦିନ ସିପାନୀ ଗାଁରୁ ଲୁଚିଛପି ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ଆଳି ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ। ଏହି ମାମଲାରେ ଆଳି ପୋଲିସ୍ ଅଭିଯୁକ୍ତ ସୁନାକର ପାତ୍ରଙ୍କୁ ଆଜି ସକାଳୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.