ରାଜ୍ୟ

ପ୍ରତିଭାର ଗନ୍ତାଘର ଲକ୍ଷ୍ମୀକାନ୍ତ, ମୃଦଙ୍ଗ ବାଦନ ସାଙ୍ଗକୁ ମୁହଁରୁ ବାହାରୁଛି ଅର୍ନଗଳ ଗୀତ, ଛାନ୍ଦ ଓ ଶ୍ଳୋକ

ବରଗଡ:  କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ମାନପୁର ପଞ୍ଚାୟତ ଅଇଁଳାପାଲି ଗ୍ରାମର ସୁକଦେବ ବାରିକ ଏବଂ ସୁଚିତ୍ରା ବାରିକଙ୍କ ଚାରିବର୍ଷର ପୁଅ ଲକ୍ଷ୍ମୀକାନ୍ତ ବାରିକ । ଯିଏକି ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର ୩ର ଛାତ୍ର । ଯାହାଙ୍କ ପ୍ରତିଭା ଆଜି ସବୁଠି ଆଲୋଚନାର ପାତ୍ର ପାଲଟିଛି। ମହାମାରୀ କରୋନାର ପ୍ରକୋପ ଯୋଗୁଁ ସରକାର ଲକଡାଉନ ସଟ ଡାଉନ କରିବା ସହ ସମସ୍ତ ସ୍କୁଲ କଲେଜ ବନ୍ଦ କରିଛନ୍ତି । ଯାହାଫଳରେ ସ୍କୁଲ ବନ୍ଦ ହେବା ଯୋଗୁଁ ଲକ୍ଷ୍ମୀକାନ୍ତ ଘରେ ରହି ମୃଦଙ୍ଗ ବାଦନରେ ପାରଙ୍ଗମ ହୋଇଗଲେଣି ।

ମୃଦୁଙ୍ଗର ତାଳେ ତାଳେ କେତେବେଳେ କୃଷ୍ଣ ଗୋବିନ୍ଦ ହରେ ମୁରାରୀ ତ କେତେବେଳେ ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ଯ ମମତା ଘେନି ଯାଉଛନ୍ତି ମାତ ତ ଆଉ କେତେବେଳେ ଛାନ୍ଦ, ଶ୍ଳୋକ । ତା ସହିତ ଲକଡାଉନ ସଟଡାଉନ ବୋଲି ଅନର୍ଗଳ ବଜାଉଛନ୍ତି । ଯାହାକୁ ନେଇ ଏବେ ଗାଁରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଛନ୍ତି ଲକ୍ଷ୍ମୀକାନ୍ତ।

ପଶ୍ଚିମ ଓଡିଶାର କଳା,ସଂସ୍କୃତି,ଐତିହ ଏବଂ ପରମ୍ପରାର ଗନ୍ତା ଘର ପାଲଟିଥିବା ବରଗଡ ଜିଲ୍ଲାର କଳାକାର ମାନଙ୍କ ନାମ ସବୁଠୁ ଆଗରେ ଥିବାବେଳେ ଏଭଳି ଏକ ଶିଶୁର ପ୍ରତିଭା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ଯ ହେଉଛନ୍ତି । ଏହାରି ଭିତରେ ସ୍କୁଲ ବନ୍ଦ ଥିବା ସମୟରେ ଘରେ ଥିବା ଛାତ୍ର ଛାତ୍ରୀଙ୍କ ଠୁ ଅନେକ ବ୍ଯକ୍ତି ନିଜ ନିଜର ଅନ୍ଦାଜରେ ଲୋକ ମାନଙ୍କ ସାମ୍ନାକୁ ଆସୁଥିବା ବେଳେ ଅଇଁଳାପାଲି ଲକ୍ଷ୍ମୀକାନ୍ତ ମଧ୍ୟ ମୃଦଙ୍ଗ ବଜାଇ ଲୋକଙ୍କୁ ବିମୋହିତ କରାଇଛନ୍ତି । ବାପା, ଅଜାଙ୍କ ଠୁ ମୃଦଙ୍ଗ ଶିଖି ବଜାଇ ଏବେ ଚର୍ଚ୍ଚାକୁ ଆସିଥିବା ବେଳେ ପୁଅର ପ୍ରତିଭାକୁ ଦେଖି ବାପା ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି।

ମାତ୍ର ଚାରି ବର୍ଷର ଶିଶୁ ଏଭଳି କଥା ମାଧ୍ୟମରେ ଲୋକଙ୍କୁ ମହାମାରୀ କରୋନାର ସଚେତନତା କରୁଥିବା ଦେଖି ବେଶ ଖୁସି ଅନୁଭବ କରୁଛନ୍ତି ଅଞ୍ଚଳବାସୀ । ଆମେ ମଧ୍ୟ ଏହି ଶିଶୁ କଳାକାରର ଉଜ୍ବଳମୟ ଭବିଷ୍ଯତ କାମନା କରିଛୁ ।

 

Sonalisa

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

2 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

13 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

21 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

37 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

46 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago