କୋରାପୁଟ ଦଶମନ୍ତପୁରରେ ସବୁ ସୀମା ଟପିଲା ବର୍ବରତା, ୩ମାସର ଶିଶୁ କନ୍ୟାକୁ ହତ୍ୟା!

କୋରାପୁଟ: କୋରାପୁଟ ଦଶମନ୍ତପୁରରେ ସବୁ ସୀମା ଟପିଲା ବର୍ବରତା। ୩ମାସର ଶିଶୁ କନ୍ୟାକୁ ହତ୍ୟା ସନ୍ଦେହ। ଦଶମନ୍ତପୁରର ଅନିତା ମୁଦୁଲି ନିଜର ୨ଶିଶୁ କନ୍ୟାଙ୍କୁ କୋଳରେ ଧରି ରାତିରେ ଶୋଇଥିବା ବେଳେ ଉଠିବା ବେଳକୁ ୩ମାସର ଶିଶୁ କନ୍ୟା ପାଖରେ ନଥିବା ଦେଖିବାକୁ ପାଇଥିଲେ। ବହୁ ଖୋଜାଖୋଜି କରିବା ପରେ ଘର ପଛପଟ ପାଳଗଦା ନିକଟରୁ ଶିଶୁକନ୍ୟାର ମୃତଦେହ ମିଳିଥିଲା। ପାଳଗଦା ନିକଟକୁ ଶିଶୁକନ୍ୟା କିପରି ଗଲା ଜଣାପଡୁନଥିବା ବେଳେ ନିଜ ଶିଶୁକୁ ହରାଇ ଅନିତ ହତବାକ ହୋଇଯାଇଛନ୍ତି। ତେବେ ଉଭୟ ଅନିତା ଓ ତାଙ୍କ ସ୍ୱାମୀ ରାଜେନ୍ଦ୍ର ମୁଦୁଲି ପୋଲିସର ସନ୍ଦେହ ଘେରରେ ରହିଛନ୍ତି। ୩ଟି ଝିଅ ହେବା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗିରହୁଥିବା ଗ୍ରାମବାସୀ କହିଛନ୍ତି। ପୋଲିସ ଘଟଣା ଶିଶୁକନ୍ୟାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.