ମା’ କୋଳରୁ ଖସି ପଡ଼ିଲା ଛୁଆ, ଆଖି ସାମ୍ନାରେ ମାଡ଼ିଗଲା ଟ୍ରକ୍
ରାଉରକେଲା: ରାଉରକେଲା ବୀରମିତ୍ରପୁର ୧୪୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଅସାବଧାନ କାରଣରୁ ମା’ କୋଳରୁ ଖସି ପଡ଼ିଲା ୨ବର୍ଷର ଶିଶୁ କନ୍ୟା । ବାପାମା’ଙ୍କ ଆଖି ସାମ୍ନାରେ ଝିଅ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ୨ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ଜାତୀୟ ରାଜପଥ ଅବୋରଧ କରାଯାଇଛି ।
ସୂଚନା ଅନୁସାରେ ଅଭିଷେକ ମାଝୀ, ପତ୍ନୀ ମନୀଷା ଓ ନିଜର ଛୋଟ ଝିଅକୁ ନେଇ କୌଣସି କାମରେ ବେଦବ୍ୟାସ ଯାଇଥିଲେ। ଆଜି ସକାଳେ ବାଇକ୍ ଯୋଗେ ସମସ୍ତେ ନିଜ ଘର ଝାରଖଣ୍ଡ କେରିଆକୁ ଫେରୁଥିଲେ । ଲାଲଜିରାମ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଛୋଟ ଛୁଆଟି ମା’ କୋଳରୁ ରାସ୍ତା ଉପରକୁ ଖସି ପଡ଼ିଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକଟି ଶିଶୁକନ୍ୟା ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ୨ବର୍ଷର ଝିଅର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଜାତୀୟ ରାଜପଥ ଅବୋରଧ କରାଯାଇଛି । ବାଇପାସ୍ ନିର୍ମାଣ କରି ଭାରିଯାନକୁ ସହର ମଧ୍ୟରେ ଯାତାୟାତ ବନ୍ଦ କରିବାକୁ ଦାବି ଜୋର୍ ଧରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।