ଧାନ ମେସିନରେ ପେଷିହୋଇ ଗଲା ଶିଶୁର ଜୀବନ

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ବନହରପାଲି ଥାନା ବରଙ୍ଗାମାଲ୍‌ ଗାଁରେ ଅଘଟଣ । ଧାନ ମେସିନରେ ପେଷିହୋଇ ଗଲା ଶିଶୁର ଜୀବନ । ବେଙ୍ଗଳା ପଡୁଥିବାବେଳେ ଧାନ ମେସିନରେ ଶିଶୁଟି ପଶିଯାଇଥିଲା । ବାରମ୍ବାର ମନା କରିବା ସତ୍ତ୍ୱେ ସେଠାରେ ଖେଳୁଥିବା ପିଲାଟି ଅସାବଧାନତା ଯୋଗୁ ମେସିନ୍‌ରେ ପଶିଯାଇଥିଲା । ଫଳରେ ଏପରି ଏକ ଅଟଘଣ ଘଟିଛି । ମୃତକ ହେଉଛନ୍ତି କିଶୋର ଭୋଇଙ୍କ ୪ ବର୍ଷର ପୁଅ ସୌମ୍ୟରଞ୍ଜନ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like