ମାଲକାନଗିରି: ଚିକିତ୍ସାରେ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମୃତ ଦେହ ରଖି ଧାରଣା
ମାଲକାନଗିରି(କେନ୍ୟୁଜ୍): ଚିକିତ୍ସାରେ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତ ଦେହ ରଖି ଧାରଣାରେ ବସିଲେ ପରିବାର ଲୋକେ। ମାଲକାନଗିରି ଜିଲ୍ଲା ୧୧୯ କଲୋନୀର ସହଦେବ ନାଗଙ୍କ ୭ ବର୍ଷର ଝିଅର ଗୋଟିଏ ହାତ ଅକାମୀ ଥିଲା। ଛୋଟ ବେଳେ ନିଆଁ ଲାଗିବାରୁ ଏହି ସମସ୍ୟା ରହିଥିଲା।
ତାଙ୍କର ଚିକିତ୍ସା ପାଇଁ ମାଲକାନଗିରି ଚିକିତ୍ସାଳୟରୁ କଟକ ଏସ୍ସିବି ପଠାଯାଇଥିଲା। କିନ୍ତୁ ଏସ୍ସିବିରେ ଝିଅଟିର ମୃତ୍ୟୁ ହୋଇଥିଲା। ମୃତଦେହ କଟକରୁ ମାଲକାନଗିରି ପହଞ୍ଚିବା ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଧାରଣାରେ ବସିଥିଲେ ପରିବାର ଲୋକେ।