ଯାଜପୁର ଟାଉନ: ଖେଳୁଥିବା ସମୟରେ କେନାଲରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ

ଯାଜପୁର ଟାଉନ:କେନାଲରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଚଇନପୁର ପଞ୍ଚାୟତର ଗୋପାଳପୁର ଗ୍ରାମରେ । ମୃତ ଶିଶୁ ହେଲେ ସେହି ଗ୍ରାମର ଜଗନ୍ନଥ ସୁତାରଙ୍କ ପୁତ୍ର ସ୍ୱରୂପ ସୁତାର । ସ୍ୱରୁପ ତାଙ୍କ ଘର ନିକଟ ମୁଖ୍ୟ କେନାଲ ବନ୍ଧଉପରେ ଖେଳୁଥିବା ସମୟରେ ଗଭୀର ପାଣିକୁ ଖସିପଡ଼ିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ମକେଇପୁର କେନାଲ ପାଣିରୁ ଉଦ୍ଧାରକରି ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାକୁ ମୃତ ଗୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୃଳ ପରିବେଶ ସୃଷ୍ଟିହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.