ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି: ଚେଙ୍କ ନେଲା କଅଁଳା ଶିଶୁପୁତ୍ରର ଜୀବନ

chenkaନବରଙ୍ଗପୁର: ଯୁଗ ବଦଳିବା ସହିତ ବଦଳୁଛି ମାନସିକତା ହେଲେ ଏବେବି ରହି ଯାଇଛି ଅନ୍ଧବିଶ୍ବାସ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପେଟୁଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପେଟ ଯନ୍ତ୍ରଣା ଭଲ କରିବା ପାଇଁ ଏକ ମାସର ଶିଶୁପୁତ୍ରକୁ ଚେଙ୍କ ଦେଲା ଜନ୍ମକଲା ମା’। ଏହା ପରେ ଶିଶୁଟି ଅସୁସ୍ଥ ହୋଇପଡିଥିଲା। ଗୁରୁତର ଅବସ୍ଥାରେ ତାକୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରୋଗ ଭଲ ହେବା ବଦଳରେ ଶିଶୁଟିର ଜୀବନ ଚାଲିଯାଇଛି। ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବାରମ୍ବାର ଏପରି ଘଟଣା ଘଟାଉଥିବା ନଜରକୁ ଆସୁଛି।

Leave A Reply

Your email address will not be published.