ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ପିକଅପ୍‌ ଭ୍ୟାନ୍: ଦୁଇ ଶିଶୁ ମୃତ, ଅନ୍ୟ ୨ ସହିତ ବୃଦ୍ଧ ଗୁରୁତର

ଉମରକୋଟ: ନବରଙ୍ଗପୁର ଜିଲ୍ଲାରେ ଅଘଟଣ । ଚନ୍ଦାହାଣ୍ଡି ଝରାବାହଲରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଘର ଭିତରେ ପଶିଗଲା ପିକଅପ୍‌ ଭ୍ୟାନ୍‌। ଯାହା ଫଳରେ ଦୁର୍ଘଟଣାରେ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଖାଲି ସେତିକି ନୁହେଁ ଅନ୍ୟ ୨ ଶିଶୁ ଓ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ସମସ୍ତେ ଘର ଭିତରେ ବସିଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ୍‌ଟି ଘର ଭିତରେ ପଶିଯାଇଥିଲା। କିଛି ଭାବିବା ବେଳକୁ ସବୁ ଆଡ ଅନ୍ଧାର ଖେଳିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.