ନଳକୂପ ସବପିଟ ଗାତରେ ପଡି ଶିଶୁ ମୃତ, ଗ୍ରାମରେ ଶୋକାକୁଳ ପରିବେଶ

କୁଚିଣ୍ଡା : ଜମନକିରା ଥାନା ଉଡସୁଙ୍ଗ ଗ୍ରାମରେ ଘଟିଛି ଏକ ଅଘଟଣ । ଦେଢ଼ ବର୍ଷର ଏକ ବାଳକ ନଳକୂପ ସବପିଟ ଗାଡରେ ପଡି ମୃତ୍ୟୁ ବରଣ କରିଛି । ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଗ୍ରାମରେ । ବଡ଼ବାହାଲ ଗ୍ରାମରୁ ଗଜାନନ କିସାନ ତାଙ୍କ ସ୍ତ୍ରୀ ଏବଂ  ପୁଅ ଶ୍ୱଶୁର ଘରକୁ ଆସିଥିଲେ । ଆଜି ଅପରାହ୍ନରେ ଗଜାନନଙ୍କ ଦେଢ଼ ବର୍ଷର ବାଳକକୁ ନ ପାଇ ପରିବାର ଲୋକେ ଖୋଜା ଖୋଜି କରିଥିଲେ ।

ଶେଷରେ ପାଖରେ ଥିବା ଏକ ନଳକୂପ ସବପିଟ ଗାତରୁ ବାଳକକୁ ପାଇ ଫାଶୀମାଲ ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । ହେଲେ ଡାକ୍ତର ବାଳକକୁ ମୃତ ଘୋଷଣା କରି ଜମନକିରା ଥାନାକୁ ଖବର ଦେଇଥିଲେ । ଜମନକିରା ପୋଲିସ ଡାକ୍ତର ଖାନା ଆସି ଶବ ବ୍ୟବଚ୍ଛେଦ ପାଈଁ କୁଚିଣ୍ଡା ପଠାଇବା ବ୍ୟବସ୍ଥା କରିବା ସହିତ ତଦନ୍ତ ଜାରି ରଖିଛି ।