ଉମରକୋଟ : ଚିତା ବାଘ ଆକ୍ରମଣରେ ଶିଶୁ ମୃତ । ଖେଳୁଥିବା ବେଳେ ୩ ବର୍ଷର ଶିଶୁକୁ ଟାଣି ନେଇଗଲା ବାଘ । ଓଡିଶା ଛତିଶଗଡ଼ ସୀମାନ୍ତ ବିର୍ଗୁରୀ ଜଙ୍ଗଲ ପରିସରର କରମୁଦ ଗାଁରେ ଅଭାବନୀୟ ଦୃଶ୍ୟ । ମୃତକ ଯୋଗେଶ ମରକାରଙ୍କ ୩ ବର୍ଷର ପୁଅ ହ୍ରିତିକ୍ ମରକାର ।
ସୂଚନା ଅନୁସାରେ ଗତ ରବିବାର ସନ୍ଧ୍ୟା ସମୟରୁ ନିଖୋଜ ଥିଲେ ହ୍ରିତିକ। ଘଟଣାର ୨ ଦିନ ପରେ ଆଜି ଘର ନିକଟ ଜଙ୍ଗଲରୁ ଶିଶୁର କଟାମୁଣ୍ଡ ଓ ପାଉଁଜି ମିଳିଛି । ରବିବାର ସଂଧ୍ୟା ସମୟରେ ହ୍ରିତିକ ଘର ପାଖରେ ଖେଳୁଥିବା ବେଳେ ଘର ପାଖ ବଗିଚାକୁ ହାତ ଧୋଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ହ୍ରିତିକଙ୍କର କୌଣସି ପତ୍ତା ମିଳିନଥିଲା । ଖୋଜାଖୋଜି ସମୟରେ ଚିତାବାଘର ପାଦଚିହ୍ନ ଦେଖିବାକୁ ପରିବାର। ଆଜି କଟାମୁଣ୍ଡ ଓ ପାଉଁଜି ମିଳିବା ପରେ ବାଘ ଆକ୍ରମଣରେ ହ୍ରିତିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।