ବିଷାକ୍ତ ସାପ ନେଲା ୪ମାସର ଶିଶୁକନ୍ୟାର ଜୀବନ
ଆନନ୍ଦପୁର : ଘରେ ରାତିରେ ମା ପାଖରେ ଶୋଇଥିଲା ୪ମାସର ଶିଶୁକନ୍ୟା । ହଠାତ୍ କାନ୍ଦି ଉଠିଲା ଶିଶୁକନ୍ୟାଟି, ହେଲେ କେହି କିଛି ବୁଝି ପାରିଲେ ନାହିଁ । କାରଣ ନିଦରେ ଶୋଇଥିବା ଶିଶୁଟିର କଣ ଯେ ହେବ । ମା ପୁଣିଥରେ କାନ୍ଦୁଥିବା ଝିଅଟିକୁ ଶାନ୍ତ କରି ଶୁଆଇଦେଲା । ହେଲେ ମା କଣ ଜାଣିଥିଲା ତା କୋଳ ଏପରି ଖାଲି ହୋଇଯିବ । ଆଉ ପିଲା ସହ ଏମିତି କିଛି ଘଟିଛି ବୋଲି ।
କେଇ ଘଣ୍ଟା ପରେ ଶିଶିକନ୍ଯାଟି ଅତି ଗୁରୁତର ହେବାରୁ ତାକୁ ଡାକ୍ତର ଖାନା ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କଲେ । ରାତିରେ କୌଣସି ଏକ ବିଷାକ୍ତ ସାପ କାମୁଡିଥିବାରୁ ଶିଶୁଟିର ମୃତ୍ଯୁ ଘଟିଥିବା ଡାକ୍ତର ପରିବାର ଲୋକଙ୍କୁ ଜଣାଇଛନ୍ତି । ତେବେ ଏଭଳି ଦୁଃଖଦ ଘଟଣା ଆନନ୍ଦପୁର ଥାନା ରଟୁଆଁ ଗାଁରେ ଘଟିଯାଇଛି ।
ସେହି ଗାଁ ର ଚନ୍ଦନ ମାଝୀ ଙ୍କ ଝିଅ ପିହୁ ମାଝୀ । ମା’ ପାଖରେ ଶୋଇଥିଲା । ହେଲେ ସର୍ପଦଂଶନରେ ଏପରି ଏ କୁନି ଝିଅର ଜୀବନ ଚାଲିଯିବ ତାହା କେହି କେବେ ବିଶ୍ୱାସ କରିପାରୁ ନାହାଁନ୍ତି । ଝିଅକୁ ହରାଇ ଆଜି ଗୋଟେ ମା କୋଳ ଖାଲି ହୋିଯାଇଛି । ଏଭଳି ମୃତ୍ୟୁକୁ ଖବର ସାରା ଅଞ୍ଚଳରେ ଚହଳ ପକାଇଥିବା ବେଳେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।