ଏକୋଇଶିଆ ଉତ୍ସବକୁ ଆସି ଫେରିବା ବେଳେ ଜଳିଗଲା ଗାଡ଼ି,ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ ଓ ଶିଶୁ

କଣ୍ଟାମାଳ(କେନ୍ୟୁଜ୍): ଏକୋଇଶିଆ ଉତ୍ସବକୁ ଆସିଥିଲେ, ଫେରିବା ବେଳେ ଜଳିଗଲା ଗାଡ଼ି। ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ ଓ ଶିଶୁ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ଘଟିଛି ଘଟଣା। ଉମା ପଞ୍ଚାୟତ କଚେଟମାଳ ଗାଁର ଏକ ସମ୍ପର୍କୀୟଙ୍କ ପରିବାରକୁ ଏକୋଇଶିଆ ଉତ୍ସବରେ ଯୋଗ ଦେବା ପାଇଁ ନାରାୟଣପ୍ରସାଦ ଗାଁରୁ କିଛି ବ୍ୟକ୍ତି ଏକ ଗାଡିରେ ଆସିଥିଲେ।

ଫେରିବା ସମୟରେ ଗାଡି ଷ୍ଟାଟ୍‌ କରୁଥିବା ବେଳେ ଗାଡିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏକ ମୋବାଇଲ୍‌ ଫୋନ୍‌ ଓ ନଗଦ ୨୦ ହଜାର ଟଙ୍କା ସମେତ ଗାଡିଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି। ଗାଡିଟି ଧାନଖଳା ନିକଟରେ ଥିବାରୁ ନିଆଁ ଯୋଗୁ ୩ ଜଣ ଚାଷୀଙ୍କ ଧାନ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ କଣ୍ଟାମାଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.