ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ

ବଲାଙ୍ଗିର(କେନ୍ୟୁଜ୍) : ପୁଣି ଶିଶୁ ବଦଳ ଅଭିଯୋଗ। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ନବଜାତ ଅଦଳ ବଦଳ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଗୁରୁତର ଶିଶୁକୁ ବଲାଙ୍ଗିର ଡାକ୍ତରଖାନାରୁ ବୁର୍ଲା ଭୀମସାର ମେଡିକାଲକୁ ରେଫର୍‌ କରିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

balangir ଅଭିଯୋଗ ଅନୁଯାୟୀ ବଲାଙ୍ଗିର ଲୋକପଡ଼ା ଗାଁର ପଙ୍କଜିନୀ ଗଡତ୍ୟାଙ୍କ ନବଜାତ ଗୁରୁତର ଥିବାରୁ ଏସଏନସିୟୁରେ ଭର୍ତ୍ତି ହୋଇଥିଲେ। ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। ତେବେ ବୁର୍ଲାରେ ପହଞ୍ଚିବା ପରେ ଭୁଲକ୍ରମେ ସେମାନେ ଅନ୍ୟ ଜଣେ ଶିଶୁକୁ ନେଇ ଆସିଥିବା ଜଣାପଡିଥିଲା। ତେବେ ବଦଳ ହୋଇଥିବା ଶିଶୁର ମୃତ୍ୟୁ ହୋଇଥିଲା। ଏନେଇ ବଲାଙ୍ଗିର ଟାଉନ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।