ବାଘ ଆକ୍ରମଣରେ ଶିଶୁ ଗୁରୁତର, ପୁଣି ମାତିଲା ନରହନ୍ତା ବାଘ

ଉମରକୋଟ : ବାଘ ଆକ୍ରମଣରେ ଶିଶୁ ଗୁରୁତର । କିଛି ଦିନ ବ୍ୟବଧାନରେ ପୁଣି ମାତିଲା ନରହନ୍ତା କଲରାପତରିଆ ବାଘ  ।  ପୂର୍ବ ଭଳି ଶିକାର ଟାର୍ଗେଟ ରଖିଲା ଆଉ ଜଣେ ଛୋଟ ଛୁଆଙ୍କୁ ।  ଏହି ଘଟଣା ଘଟିଛି କାଙ୍କେର ଜିଲ୍ଲା ସାରୋନା ଜଙ୍ଗଲ ଅଞ୍ଚଳ ଦୁଧୁ୍ୱା ଗ୍ରାମ ଠାରେ  ।  ୧୧ ବର୍ଷ ବୟସର ନିରଜ କୁମାର । ସଂଧ୍ୟା ସମୟରେ ନିଜ କକା ଘରକୁ ଯିବା ସମୟରେ ବାଘଟି ହଠାତ ଆକ୍ରମଣ କରିଥିଲା  ।  ନିରଜ ପାଟି କରିବା ପରେ ନିକଟସ୍ଥ ଲୋକମାନେ ଏକତ୍ରିତ ହୋଇଥିଲେ ।

ଏହା ପରେ ବାଘଟି ନିରଜକୁ ଛାଡି ପଳାଇ ଯାଇଥିଲା ।  ଗୁରୁତର ଆହତ ହୋଇଥିଲା ନିରଜ ଏବଂ ବେକରେ ଗଭୀର ଆଘାତ ଲାଗିଥିଲା ।  ତୁରନ୍ତ କାଙ୍କେର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।   ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ରାୟପୁର ପାଇଁ ପଠାଯାଇଥିଲା  ।   ସେଠାରେ ନିରଜର ଚିକିତ୍ସା ଚାଲିଛି ।

ଜଙ୍ଗଲ କ୍ଷୟ ଓ ଖାଦ୍ୟର ଅଭାବ ଯୋଗୁଁ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହୋଇଛନ୍ତି  ।  ପୂର୍ବରୁ ଗୃହ ପାଳିତ ପଶୁଙ୍କୁ ଶିକାର କରୁଥିଲେ କିନ୍ତୁ ବିଗତ କିଛି ଦିନ ହେଲା ଦେଖା ଯାଉଛି କେବଳ କମ ବୟସ ଶିଶୁଙ୍କୁ ଶିକାର କରୁଛି ବାଘ  । ବିଶେଷ କରି ସନ୍ଧ୍ୟା ସମୟରେ ଟାର୍ଗେଟ କରୁଛି ଏହି ନରହନ୍ତା ବାଘଟି ।  ତୁରନ୍ତ ଏହି ବାଘକୁ କାବୁ କରିବାକୁ ବିଭିନ୍ନ ମହଲରେ ଦାବୀ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like