ଶିଶୁ ଶ୍ରମିକକୁ ମାଡ଼ ମାରି ୨ ଗିରଫ, ୧୧ ବର୍ଷୀୟ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଭୁବନେଶ୍ୱର (କେନ୍ୟୁଜ): ସାଲିଆ ସହିରେ ଗତକାଲି ଜଣେ ନାବାଳିକାକୁ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ। ଘଟଣାସ୍ଥଳରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଂଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ପରେ ସେମାନଙ୍କ ନାଁ ରେ ମାମଲା ରୁଜ୍ଜୁ ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ପଇସା ପାଇଁ ଉକ୍ତ ନାବାଳିକା ଜଣକ କାଇମାଟିଆର ବିଭୁତି ପାଟଶାଣୀ ଓ ସୋନାଲି ପାଟଶାଣିଙ୍କ ଘରେ କାମ କରୁଥିଲେ ୧୧ ବର୍ଷୀୟା ନାବାଳିକା।

ବାରମ୍ବାର ଅକଥନୀୟ ଅତ୍ୟାଚାର କରୁଥିବା ଜଣାପଡିବା ପରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଞ୍ଚି ଛୁଆକୁ ଉଦ୍ଧାର କରିଥିଲେ। ଘଟଣାରେ ଚାରି ଜଣଙ୍କ ନାଁ ରେ ମାମଲା ରୁଜ୍ଜୁ କରାଯାଇଛି। ବିଭୁତି ପାଟଶାଣୀ ଓ ସୋନାଲି ପାଟଶାଣୀଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅନ୍ୟ ୨ ଜଣଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ କରୁଛି।ଫେରାର ଥିବା ଅନ୍ୟ ୨ ଜଣଙ୍କ ଭିତରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.