ମା ଆଙ୍ଗାରମୋତିଙ୍କ ଅପୂର୍ବ ମହିମା, ବିଶ୍ୱାସ ରହିଛି ମାନସିକ କଲେ ଏଠାରେ ନିଃସନ୍ତାନ ମହିଳାଙ୍କର ହୋଇଥାଏ ସନ୍ତାନ ପ୍ରାପ୍ତି

ମାଲକାନଗିରି: ଆଦିବାସୀ ପରମ୍ପରା ଆଉ ରୀତି ନୀତି କେଉଁ ଆବହମାନ କାଳରୁ ଚାଲି ଆସୁଛି। ଆଉ ସେହି ସବୁ ପରମ୍ପରାକୁ ଏବେବି ଆଜିର ଆଧୁନିକ ମଣିଷ ମାନିବାକୁ ବାଧ୍ୟ ହେଉଛି। ମଣିଷ ଯେତେ ବିଜ୍ଞାନ କୁ ଆଗେଇ ନେଇଯାଉ ନା କାହିଁକି, ସେହି ଭଗବାନଙ୍କ ଆଶିର୍ବାଦ ବିନା କିଛିବି ସମ୍ଭବ ନୁହେଁ ସେକଥାକୁ ବିଶ୍ବାସ କରୁଛି। ଏଭଳି କିଛି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ।

ତେବେ କେହି ଏହାକୁ ବିଶ୍ୱାସ କହିବେ ତ ଆଉ କେହି ଅନ୍ଧବିଶ୍ୱାସ। କିନ୍ତୁ ଏହା ହେଉଛି ମା ଆଙ୍ଗାରମୋତିଙ୍କ ଅପୂର୍ବ ମହିମା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଧମତେରୀ ଜିଲ୍ଲାର ଗଙ୍ଗରେଲ ଠାରେ ଦୀପାବଳି ପରେ ପଡୁଥିବା ପ୍ରଥମ ଶୁକ୍ରବାର ଦିନ ପାଳନ କରାଯାଏ ଏକ ଅଲଗା ଏବଂ ନିଆରା ପରମ୍ପରାର ଉତ୍ସବ। ଏହି ଦିନ ନିଃସନ୍ତାନ ମହିଳା ସନ୍ତାନ ପ୍ରାପ୍ତି ପାଇଁ ମା ଅଙ୍ଗାରମୋତୀଙ୍କ ଦରବାର ନିକଟରେ ଶରଣ ପଷିଥାନ୍ତି। ମହିଳାଙ୍କ ପିଠି ଉପରେ ପୂଜାରୀ ଚାଲି ଚାଲି ଗଲେ ନିଃସନ୍ତାନ ମହିଳାଙ୍କ ସନ୍ତାନ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। ଯେତେ କଷ୍ଟ ହେଲେ ସେତେ ମାଙ୍କ କୃପା ଦୃଷ୍ଟି ପଡିଥାଏ, ଏଭଳି ବିଶ୍ୱାସ ରହିଛି ଭକ୍ତଙ୍କର। ତେଣୁ ଦୂରଦୂରାନ୍ତରୁ ହଜାର ହଜାର ସଂଖ୍ୟାର ମହିଳା ନିଜ ମାନସିକ ପୂରଣ ପାଇଁ ଗଙ୍ଗରେଲି ଧାଇଁ ଆସିଥାନ୍ତି।

lordଗଙ୍ଗରେଲି ନିକଟରେ ନଦୀ ବନ୍ଧ ବନ୍ଧା ହେବା ପରେ ଅନେକ ଗାଁ ଜଳମଗ୍ନ ହୋଇ ବୁଡ଼ିଗଲା। କିନ୍ତୁ ମାଙ୍କ ମନ୍ଦିରକୁ ଆଜି ଯାଏ ଠୋପେ ହେଲେ ପାଣି ଛୁଇଁ ନାହିଁ ।କେଉଁ ଆବହମାନ କାଳରୁ ଏହି ମନ୍ଦିର ରହିଛି। ଲୋକଙ୍କର ମାଙ୍କ ପ୍ରତି ଅଗାଢ଼ ବିଶ୍ୱାସ ରହିଛି। ଯେଉଁମାନେ ସନ୍ତାନ ପାଇଁ ମାନସିକ ରଖିଥାନ୍ତି ସେହି ମହିଳା ମାନେ ହାତରେ ନଡ଼ିଆ, କଦଳୀ, ଧୂପକାଠି ଏବଂ ଲେମ୍ବୁ ନେଇ ପହଞ୍ଚି ଯାଇଥାନ୍ତି ମା ଙ୍କ ପାଖରେ। ଆଖ ପାଖ ଗାଁ ରୁ ବାଉଁଶ ଲାଠି ପୂଜା ପାଇ ଶତାଧିକ ଲାଠି ପହଞ୍ଚି ଥାଏ ମା ଆଙ୍ଗାରମୋତିଙ୍କ ନିକଟରେ। ଯେଉଁ ପୂଜାରୀଙ୍କ ଦେହରେ ମା ଙ୍କ ଆତ୍ମା ଲାଗିଥାଏ ସେମାନେ ମହିଳାଙ୍କ ପିଠି ଉପରେ ଚାଲି ଚାଲି ଏବଂ ନାଚି ନାଚି ଯାଇଥାନ୍ତି।

woman beliveଏକାଥରକେ ୧୦ ରୁ ଅଧିକ ପୂଜାରୀ ଏଭଳି ମହିଳାଙ୍କ ପିଠି ଉପରେ ଯାଇଥାନ୍ତି। ତେବେ ବିଶ୍ୱାସ ରହିଛି ପୂଜାରୀ ଦେହରେ ମା ହିଁ ପିଠି ଉପରେ ଚାଲି ଚାଲି ଯାଇଥାନ୍ତି। ଚାରି ଆଡ଼େ ଢୋଲ ମୃଦଙ୍ଗ ବାଜାରେ ଫାଟି ପଡେ ପରିବେଶ। ବାଜାର ତାଳେ ତାଳେ ପୂଜାରୀ ମଧ୍ୟ ନାଚି ନାଚି ଆସିଥାନ୍ତି। ପୂଜାରୀ ଆସିବାକ୍ଷଣି ଧାଡିରେ ଲମ୍ବ ହୋଇ ମହିଳାମାନେ ପେଟେଇ ଶୋଇ ପୋଡ଼ିଥାନ୍ତି । ଆଉ ଏହାପରେ ପୂଜାରୀ ସେମାନଙ୍କ ପିଠି ଉପରେ ଚାଲିଥାନ୍ତି । ମା ଆଙ୍ଗାରମୋତିଙ୍କ ଅପୂର୍ବ ମହିମା ପାଖରେ ଯେମିତି ସବୁ କଷ୍ଟ ଭକ୍ତଙ୍କୁ ତୁଚ୍ଛ ଲାଗିଥାଏ।

ମାଲକାନଗିରିରୁ ପ୍ରସାଦ ନାୟକଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.