ବାଲ୍ୟବିବାହ ଚାଲିଥିବା ବେଳେ ସିଡବ୍ଲୁସି, ଚାଇଲଡ୍‌ ଲାଇନ୍‌ ଓ ପୋଲିସର ମିଳିତ ଚଢାଉ

ଝାରସୁଗୁଡ଼ା(କେନ୍ୟୁଜ୍) : ବାଲ୍ୟବିବାହ ଚାଲିଥିବା ବେଳେ ସିଡବ୍ଲୁସି, ଚାଇଲଡ୍‌ ଲାଇନ୍‌ ଓ ପୋଲିସର ମିଳିତ ଚଢାଉ। ଝାରସୁଗୁଡ଼ା ଜିଲ୍ଲା ଝାଡେଶ୍ୱର ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ବେଳେ ଚଢାଉ କରାଯାଇ ନାବାଳିକାକୁ ଉଦ୍ଧାର କରାଯାଇଛି। ପୁଅର ବୟସ ୨୧ ବର୍ଷ ହୋଇଥିବା ବେଳେ ଝିଅର ବୟସ ୧୮ ବର୍ଷରୁ କମ୍‌ ଥିବା ସୂଚନା ଦେଇଛି ପୋଲିସ। ପୋଲିସ ଉଭୟ ପକ୍ଷ ଲୋକଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।