ହସ୍ପିଟାଲରୁ ଶିଶୁପୁତ୍ର ଚୋରି, ଜନ୍ମ ହେବା ପରଠୁ ପିଲାଟିକୁ ପାଉନାହାନ୍ତି ପରିବାର ଲୋକେ

ନୟାଗଡ଼: ଭୀମସାର ପରେ ନୟାଗଡ଼ରେ ମେଡିକାଲରୁ ଶିଶୁପୁତ୍ର ଚୋରି । ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ଜନ୍ମ ହେବାର କିଛି ସମୟ ପରେ ଶିଶୁପୁତ୍ରକୁ ପାଉନାହାନ୍ତି ପରିବାର ଲୋକ । ଫଳରେ ମୁଣ୍ଡ ପିଟି କାନ୍ଦୁଥିବା ମା’ ନିଜ ଛୁଆକୁ ଫେରାଇ ଦେବାକୁ ଗୁହାରୀ କରୁଛି । ଘଟଣାର ଛାନଭିନ ଆରମ୍ଭ ହୋଇଥିବା ବେଳେ କିଏ ନେଇଗଲା ଛୁଆ ତାହାର ଆରମ୍ଭ ହୋଇଛି ତଦନ୍ତ ।

ସୂଚନା ଅନୁସାରେ ବୋଲଗଡ ବ୍ଲକ ଗୋଡଭଙ୍ଗା ଗାଁର ମଧୁସ୍ମିତା ପରିଡା ଗତକାଲି ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଆଜି ଏକ ଶିଶୁ ପତ୍ରକୁ ଜନ୍ମ ଦେଇଥିଲେ ।  ଉକ୍ତ ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ ।  କିଛି ସମୟ ପରେ ପରିବାର ଲୋକେ ପହଞ୍ଚି ପ୍ରସବ ହୋଇ ସାରିଥିବା ଶୁଣିବାକୁ ପାଇଥିବା ବେଳେ ଛୁଆକୁ କିନ୍ତୁ ପାଇ ନ ଥିଲେ ।  ଛୁଆ ମେଡିକାଲରୁ ଗାଏବ ହୋଇ ସାରିଥିଲା । ଜନ୍ମ ହୋବର କିଛି ସମୟ ପରେ ଶିଶୁଟିକୁ କିଏ ଚୋରି କରିନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଭିଯୋଗ ପରେ ମେଡିକାଲର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅନ୍ୟପଟେ ଏନେଇ ପରିବାର ଲୋକେ ହୋହଲ୍ଲା କରିବାକୁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

You might also like