ମା’ କୋଳରୁ ଶିଶୁପୁତ୍ରକୁ ନେଇ କୂଅରେ ପକାଇଥିବା ଘଟଣା: ଖୁଡ଼ୀ ଓ ଜେଜେମା’ ଅଟକ

ନରସିଂହପୁର : ମା କୋଳରୁ ଛୁଆକୁ ଆଣି କୂଅରେ ଫିଙ୍ଗିବା ଘଟଣାରେ ଖୁଡ଼ୀ ଓ ଜେଜେମା’ ଅଟକ । ମୃତ ଶିଶୁର ଖୁଡ଼ୀ ଓ ଜେଜେ ମାଙ୍କୁ ଅଟକ ରଖିଲା ନରସିଂହପୁର ପୋଲିସ । ଗତ ୨୮ ତାରିଖରେ ନରସିଂହପୁର ସୁବଳୟା ଗାଁରେ ଘଟିଥିଲା ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ଗ୍ରାମର ଚିତରଞ୍ଜନ ନାୟକଙ୍କ ସ୍ତ୍ରୀ ସହ ତାଙ୍କ ୬ ମାସର ପୁଅ ଅରୂପାନନ୍ଦ ପାଖରେ ଶୋଇଥିବା ବେଳେ ପୁଅକୁ କେହି ଉଠାଇ ନେଇ କୂଅରେ ପକାଇ ଦେଇଥିବା ଅଭିଯୋଗ କରିଥିଲେ ଚିତରଞ୍ଜନ ଓ ତାଙ୍କ ସ୍ତ୍ରୀ । ମା’ ପୁଅ ସାଙ୍ଗ ହୋଇ ଶୋଇଥିଲେ ଓ କିଛି ସମୟ ପରେ ମା’ ଉଠି ଦେଖେତ ପୁଅ ପାଖରେ ନଥିଲା । ବହୁ ଖୋଜାଖୋଜି ପରେ ଦୂରରେ ଥିବା କୂଅରେ ପଡିଥିବା ଦେଖି ତାକୁ ଉଦ୍ଧାର କରି ନରସିଂହପୁର ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ତେବେ ଆଜି ଶିଶୁ ପୁତ୍ରର ହତ୍ୟାକାରୀ ଖୁଡ଼ୀ ଓ ଜେଜେମା’ ଅଟକ ରଖିଛି ନରସିଂହପୁର ପୋଲିସ ।