ଗଜପତି: ୧୦ ପିଲା ଥିବା ସ୍କୁଲ ବନ୍ଦ ହେବା ଘୋଷଣାକୁ ଗ୍ରହଣ କରୁନାହନ୍ତି ଅଭିଭାବକ, ଛାତ୍ର ଛାତ୍ରୀ ଦୂରକୁ ପାଠପଢି ଯିବାକୁ କରୁନାହାନ୍ତି ଆଗ୍ରହ

ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା । ଗାଁ ଗାଁରେ ବିଦ୍ୟାଳୟ । କିନ୍ତୁ ଏବେ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ଯୋଗୁଁ ପାଠପଢା ଛାଡିଦେଉଛନ୍ତି ଛାତ୍ରଛାତ୍ରୀ । ଗଜପତି ଜିଲ୍ଲାରେ ରେ ୧୦ରୁ କମ ଛାତ୍ରଛାତ୍ରୀ ଥିବା ଅନେକ ସ୍କୁଲ ବନ୍ଦ ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ

ବନ୍ଦ ହେବ ୧୦ରୁ କମ୍‌ ଉପସ୍ଥାନ ଥିବା ରାଜ୍ୟର ୯୬୬ଟି ସ୍କୁଲ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଗଜପତି ଜିଲ୍ଳା ଗୋଷାଣୀ ବ୍ଲକର ଜକରବନ୍ଦ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢନ୍ତି ୮ ଜଣ ଛାତ୍ରଛାତ୍ରୀ । ସ୍କୁଲ ବନ୍ଦ ହୋଇଯିବାରୁ ୩ କିମି ଚାଲିଚାଲି ସ୍କୁଳକୁ ଯାଉଛନ୍ତି ପିଲା । ଏମିତିକି କେତେକ ପିଲା ପାଠ ପଢା ଛାଡିଦେଲେଣି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ

ଗଜପତି ଜିଲ୍ଳାରେ ୧୦ରୁ କମ ଛାତ୍ରଛାତ୍ରୀ ଥିବା ୩୪ଟି ସ୍କୁଲକୁ ବନ୍ଦ କରାଯାଇଛି । ଏହି ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ସେମାନଙ୍କ ପରିବହନ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଜିଲ୍ଳା ଶିକ୍ଷାଧିକାରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.