ଢେଙ୍କାନାଳ: ପୂରଣ ହେଲା ଲୋକଙ୍କ ବର୍ଷ ବର୍ଷର ଦାବୀ । ଢେଙ୍କାନାଳ କୁଞ୍ଜକାନ୍ତ ମଧୁବନ ଅଞ୍ଚଳରେ ଥିବା ମୂଲ୍ୟବାନ ଜମିରେ ଏକ ଶିଶୁ ଉଦ୍ୟାନର ଶିଳାନ୍ୟାସ ହୋଇଛି । ବିଳମ୍ବ ହେଉପଛେ ଢେଙ୍କାନାଳ ପୌରପରିଷଦ ପକ୍ଷରୁ ଏହି ଯାଗାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କ ନାମରେ ଏକ ଶିଶୁ ଉଦ୍ୟାନର ଶିଳାନ୍ୟାସ ହୋଇଛି । ଢେଙ୍କାନାଳ ପୌର ପରିଷଦର ୩ ନମ୍ବର ୱାର୍ଡ କୁଞ୍ଜକାନ୍ତ ଅଞ୍ଚଳର ମଧୁବନ ସାହିରେ ଥିବା ୩୬ ଡିସିମିଲି ମୂଲ୍ୟବାନ ଜମିରେ ଏକ ପାର୍କ ନିର୍ମାଣ ପାଇଁ ସ୍ଥାନିୟ ବାସିନ୍ଦା ମାନେ ବର୍ଷ ବର୍ଷ ଧରି ପୌର ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଦାବୀ କରି ଆସୁଥିଲେ ।
ବିଳମ୍ବରେ ହେଉ ପଛେ ଏହି ସରକାରୀ ଜାଗାରେ ପୌର ପରିଷଦ ପକ୍ଷରୁ ଉଦ୍ୟାନର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ସ୍ଥାନିୟ ଅଞ୍ଚଳବାସୀ ଓ କାଉସିଲର ଖୁସି ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକ ତୁରନ୍ତ ପାର୍କ କାର୍ଯ୍ୟ ସାରିବାକୁ ନଗରପାଳ ଜୟନ୍ତୀ ପାତ୍ର ଏବଂ କାଉସିଲର ଅଭିମନ୍ୟୁ ପଣ୍ଡାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ନଗରପାଳ ଜୟନ୍ତୀ ପାତ୍ର ସିଳାନ୍ୟାସ କରିବା ସହ ଏହି ୱାର୍ଡରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସୁଲେଖିକା ନନ୍ଦିନୀ ଶତପଥୀଙ୍କ ଘର ରହିଛି ।
ପୌର ପରିଷଦ ଏହି ଶିଶୁ ଉଦ୍ୟାନଙ୍କୁ ତାଙ୍କ ନାମରେ ନାମିତ କରି ନନ୍ଦିନୀ ଶତପଥି ଶିଶୁ ଉଦ୍ୟାନ ଭାବେ କରାଯାଇଛି । ତେଣୁ ଖୁବଶୀଘ୍ର ଏହି ଶିଶୁ ଉଦ୍ୟାମ କାମ ଆରମ୍ଭ ହେବ । ଆଗାମୀ ଦିନରେ ଆହୁରି ଅର୍ଥ ପ୍ରଦାନ କରାଯାଇ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବ ଯାହାଦ୍ୱାରା ଅଞ୍ଚଳବାସୀ ଏହାର ସୁବିଧା ପାଇପାରିବେ ବୋଲି ନଗରପାଳ ଜୟନ୍ତୀ ପାତ୍ର ପ୍ରକାଶ କରିଛନ୍ତି ।
ଏହି ଅଞ୍ଚଳରେ କୌଣସି ପାର୍କ ନଥିବାରୁ ସ୍ଥାନୀୟ ଲୋକମାନେ ପାର୍କ ପାଇଁ ଦୀର୍ଘ ବର୍ଷ ଧରି ଦାବୀ କରି ଆସୁଥିଲେ ଲୋକମାନଙ୍କ ଦାବୀ ପୂରଣ ହୋଇଛି । ପୌର ପରିଷଦ ପକ୍ଷରୁ ନନ୍ଦିନୀ ଶତପଥି ଶିଶୁ ଉଦ୍ୟାନ ଶିଳାନ୍ୟାସ ପରେ ଏହି ଅଞ୍ଚଳର ଲୋକମାନେ ପୌର ପରିଷଦ ଓ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପାର୍କ ହେଲେ ସ୍ଥାନିୟ ଲୋକ ଏବଂ ଅଞ୍ଚଳବାସୀ ଉପକୃତ ହେବେ ।