ରାଜ୍ୟ

ମାଆର ଶବ ଆସୁନି ଆଖିରୁ ଲୁହ ଶୁଖୁନି, ମାଆର ଶବକୁ ଶେଷ ଥର ପାଇଁ ଦେଖିବାକୁ ଝୁରିହେଉଛନ୍ତି ପିଲା

ଆଖିରୁ ଲୁହ ଶୁଖୁନି, ମାଆର ଶବ ଆସୁନି । ଆମେ କଣ ଆମ ମାଆ ମୁହଁ ଦେଖି ପାରିବୁନି ? ଗୋଟିଏ ଥର ଆମ ମାଆର ଶବ ଦେଖିବାକୁ ଚାହୁଁଛୁ । ଶେଷ ଥର ପାଇଁ ତା ମୁହଁକୁ ଚାହିଁ ସାରା ଜୀବନ କାଟିଦବୁ । ଭାଇ ଜମା ବୁଝୁନି, ମାଆ କଥା ଭାରି ମନେ ପଡୁଛି, ତୋର ସେହି କୋଳରେ ଶୋଇବାକୁ ଭାରି ଇଚ୍ଛା ହେଉଛି ଲୋ ମାଆ । ମାଆ ଲୋ ଜାଣିଛୁ ତୋ ଦେହରେ ପ୍ରାଣ ନାହିଁ କିନ୍ତୁ ତୋତେ ଟିକେ ଶେଷ ଥର କଣ ଆମେ ଦେଖି ପାରିବୁନି ? ଦୟାକର ଆମ ମାଆର ଶବକୁ ଫେରାଇ ଆଣ ।

ଗଲା ସାତ ଦିନ ହେଲାଣି ଖାଉଛନ୍ତି କେବଳ ଶୁଖିଲା ଚୁଡା ମୁଢ଼ି । କେମିତି ବା ଖାଇବେ ଶବ ପା ସଂସ୍କାର ହେଇନି । ଚୁଲି ନଜଳାଇବାକୁ ବ୍ରାହ୍ମଣ ବାରଣ କରିଛନ୍ତି । କ୍ରିୟା ନହେଲା ଯାଏ ଭାତ ଖାଇବା ମନା । ସ୍ତ୍ରୀର ଶବ ଏଯାଏଁ ଗାଁରେ ପହଁଚିନି। ଶବ ସଂସ୍କାର ହେଲେ ତ କିଛି କ୍ରିୟାକର୍ମ ହେବ । ମରିବାର ୭ ଦିନ ହେଇଗଲାଣି କିନ୍ତୁ ଏଯାଏଁ ପରିବାରକୁ ଦିଆଯାଉନି ଶବ । ହଁ ଆମେ ତାଙ୍କରି ବିଷୟରେ କହୁଛୁ ଯିଏ ନିଜ ସ୍ୱାମୀ ପୁଅ ଝିଅଙ୍କୁ ବଞ୍ଚାଇଲେ । ଅନ୍ୟ ଯାତ୍ରୀ ବି ସବୁ ବାହାରିଗଲେ କିନ୍ତୁ ନିଜକୁ କାଢ଼ି ପାରିଲେନି । ଆଉ ସେହି ବସ ଭିତରେ ହିଁ ଜଳିଗଲେ ପୁଷ୍ପାଞ୍ଜଳି । ସ୍ୱାମୀ ଓ ପିଲାଙ୍କ ଆଗରେ ହିଁ ଜଳିଗଲେ ପୁଷ୍ପାଞ୍ଜଳି । କୋଲକାତାରୁ ପାରାଦୀପ ଆସୁଥିବା ସଦାନନ୍ଦ ବସ୍ ନିଆଁରେ ପୋଡ଼ି ହୋଇ କେନ୍ଦ୍ରାପଡ଼ା ଇଚ୍ଛାପୁର ନିଳାଦ୍ରୀପୁର ଗାଁର ପୁଷ୍ପାଞ୍ଜଳି ଦାସଙ୍କ ମୃତ୍ୟୁ ଘଟିଥିଲା । ଏହା ଭିତରେ ସପ୍ତାହେ ପୂରିବାକୁ ବସିଲାଣି। କିନ୍ତୁ ଏଯାଏ ଗାଁକୁ ଶବ ଆସିପାରୁ ନାହିଁ। ଶବ ସ˚ସ୍କାର ହେଇ ନଥିବାରୁ ପରିବାରରେ ଚୁଲି ଜଳି ପାରୁନାହିଁ କି’ ପରବର୍ତ୍ତୀ ଶୁଦ୍ଧିକ୍ରିୟା କର୍ମ ହେଇ ପାରୁନାହିଁ। ଏଭଳି ସ୍ଥିତିରେ ପଡେ଼ାଶୀ ସାହି ଭାଇ ବି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଶେଷରେ ପରିବାର ଲୋକେ ଓ ସାହି ଭାଇ ଏକାଠି ହେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯଦି ଶବ ହସ୍ତାନ୍ତର ତୁରନ୍ତ କରାନଯାଏ, ତେବେ ପଶ୍ଚିମବଙ୍ଗ ବସ୍କୁ କେନ୍ଦ୍ରାପଡ଼ାରୁ ଯିବାକୁ ଦେବୁ ନାହିଁ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି।

ଗତ ୧୦ ତାରିଖ ରାତିରେ କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ରେ ନିଆଁ ଲାଗି ଯାଇଥିଲା । ବସ୍ ଇ˚ଜିନ୍ରେ ନିଆଁ ଲାଗିଯିବା ପରେ ପୂରା ବସ୍‌ ଜଳି ଯାଇଥିଲା । ସେଥିରୁ ସମସ୍ତେ ବର୍ତ୍ତି ଯାଇଥିବା ବେଳେ ଅନ୍ୟର ଜୀବନ ବଞ୍ଚାଇବକୁ ଯାଇ ପୁଷ୍ପାଞ୍ଜଳି ନିଜେ ଜଳି ଗଲେ । ଦୁର୍ଘଟଣାରେ ସ୍ବାମୀ ଓ ପୁଅ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଥିଲେ ପୁଷ୍ପାଞ୍ଜଳିଙ୍କ ପାଇଁ। ପୁଷ୍ପାଞ୍ଜଳିଙ୍କ ଶରୀରର ୮୦ପ୍ରତିଶତରୁ ଅଧିକ ଭାଗ ପୋଡ଼ି ଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା। ତେଣୁ ବିନା ଡିଏନ୍ଏ ପରୀକ୍ଷାରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ସମ୍ଭବ ନୁହେଁ ବୋଲି ମେଡିକାଲ୍ କର୍ତୃପକ୍ଷ କହିଥିଲେ। ହେଲେ ଇତିମଧ୍ୟରେ ସାତ ଦିନ ବିତି ଯାଇଥିଲେ ବି ନା ପୁଷ୍ପଞ୍ଜଳିଙ୍କ ଡିଏନ୍ଏ ପରୀକ୍ଷା ହେଉଛି ନା ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ପଶ୍ଚିମବ˚ଗ ଚାଲମାରିସ୍ଥିତ ଖଡ଼ଗପୁର ସବଡିଭିଜନାଲ୍ ହସ୍ପିଟାଲ୍ରେ ସ˚ରକ୍ଷିତ ରଖାଯାଇଛି। ଏପଟେ ପରିବାର ଲୋକେ ଶବ ସ˚ସ୍କାର ହେଇନଥିବାରୁ କ୍ରିୟା କରି ପାରୁ ନାହାନ୍ତି କି ଚୁଲି ଲଗାଇପାରୁ ନାହାନ୍ତି। ଭାତ ରନ୍ଧା ବନ୍ଦ ହେଇଯାଇଛି। ଜଳଖିଆ ଖାଇ ସମସ୍ତେ ଦିନ କାଟୁଛନ୍ତି। ସାହି ଭାଇ ବି ବିଭିନ୍ନ ପ୍ରକାର ସମସ୍ୟାର ସାମନା କରୁଛନ୍ତି। ସାତ ଦିନ ପରେ ବି ଶବ ସ˚ସ୍କାର ହେଇ ନଥିବାରୁ ସାହି ଭାଇ ବା ଆଉ କେତେଦିନ କଟକଣା ଭିତରେ ରହିବେ, ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ତେଣୁ ଏହାକୁ ନେଇ କିଛି ସାହି ଭାଇ ତୁରନ୍ତ ଶବ ହସ୍ତାନ୍ତର ଦିଗରେ ପଦକ୍ଷେପ ନେବା ଲାଗି ଫେରାଦ୍ ହେବାକୁ ଯାଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେମାନେ ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ବାରମ୍ବାର କହିବା ପରେ ବି ଡାକ୍ତରଖାନା କର୍ତ୍ତୃପକ୍ଷ ପୁଷ୍ପାଞ୍ଜଳିଙ୍କ ଡିଏନ୍ଏ ପରୀକ୍ଷା କରାଯାଉ ନାହିଁ। ସେମାନଙ୍କ କଥା କୋଲକାତାରେ କେହି ଶୁଣୁ ନାହାନ୍ତି। ନେତାମାନେ ଆସି ଆଶ୍ବସନା ଦେଇ ଯାଉଛନ୍ତି ସତ, କିନ୍ତୁ ଶବ ଫେରିବା ଦିଗରେ କାହାରି ଉଦ୍ୟମ ନାହିଁ। ଏପଟେ ଶବ ସ˚ସ୍କାର ନ ହେବା ଯାଏ ଚୁଲି ନଜଳାଇବା ପାଇଁ ପଣ୍ତିତ ବାରଣ କରିଛନ୍ତି। ତେଣୁ ଗଲା ସାତ ଦିନ ହେବ ଆମେ ଶୁଖିଲା ଚୁଡ଼ା, ମୁଢି ଖାଇ ଦିନ କାଟୁଛୁ ବୋଲି ଦୁଃଖର ସହିତ କହିଛନ୍ତି। ସତରେ ଇଏ କି ଦୁଃଖ ଇଏ କି ବିଡ଼ମ୍ବନା । ପୁଷ୍ପାଞ୍ଜଳିଙ୍କ ଶବକୁ ଅପେକ୍ଷା କରି ଆହୁରି ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗୁଛନ୍ତି ପରିବାର ଲୋକେ । ସ୍ଥାନୀୟ ପ୍ରଶାସନ ଓ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

3 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

4 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

4 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

5 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

5 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

6 hours ago