ଆସନ୍ତାକାଲି ହେବ ଚିଲିକା ବାର୍ଷିକ ସର୍ଭେ, ନିୟୋଜିତ ହେବେ ୨୮ଟିମ୍‌

କେନ୍ଯୁଜ୍: ଆସନ୍ତାକାଲି ହେବ ଚିଲିକା ବାର୍ଷିକ ସର୍ଭେ । ବାର୍ଷିକ ସର୍ଭେ ପାଇଁ ନିୟୋଜିତ ହେବେ ୨୮ଟିମ୍‌ । କାଲି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ସର୍ଭେ । ପକ୍ଷୀ, ଡଲଫିନ୍‌, ଚିଙ୍ଗୁଡି ଘେରି କେତେ ରହିଛି, ସେ ସମ୍ପର୍କରେ ହେବ ସର୍ଭେ ।

ଏହି ସମୟରେ କୌଣସି ଡଙ୍ଗା ଚାଲିବ ନାହିଁ । ଏହି ସମୟରେ ପର୍ଯ୍ୟଟକଙ୍କୁ ଚିଲିକା ଭିତରକୁ ଯିବାକୁ ବାରଣ କରାଯାଇଛି । CDA ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ବିଭାଗ, PCCF ବନ୍ୟପ୍ରାଣୀ ଅଧିକାରୀଙ୍କ ସହ ବୋଟ ମାଲିକ ସଂଘଙ୍କୁ ନେଇ ଏହି ସର୍ଭେ କରାଯାଉଛି । ୨ତାରିଖ ସଂଧ୍ୟା ସୁଦ୍ଧା ଏହି ସର୍ଭେ ରିପୋର୍ଟ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.