ବାଲୁଗାଁ: ଚିଲିକା ମାଛ ମାର୍କେଟ ସିଲ୍, ଗଞ୍ଜାମକୁ ମାଛ ଗାଡି ଯିବନି କି ଆସିବ ନାହିଁ

ବାଲୁଗାଁ(କେନ୍ୟୁଜ୍):  ଚିଲିକା ମାଛ ମାର୍କେଟକୁ  ବନ୍ଦ କଲା  ଜିଲ୍ଲା ପ୍ରଶାସନ। ଗତକାଲି ଜଣେ ମାଛ ବ୍ୟବସାୟୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ମାଛମାକେର୍ଟକୁ ସିଲ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଏହା ସହିତ ଦୁଇଟି ମାଛ ଗୋଦାମ ଓ ୩ ଟି ଆଇସ ଫାକ୍ଟ୍ରୀକୁ ମଧ୍ୟ ସିଲ କରାଯାଇଥିବାର ସୂଚନା ମିଳିଛି। ଏହି  ସମୟରେ ଚିଲ୍ଲିକାରୁ କୌଣସି ମାଛ ଗାଡି ଗଞ୍ଜାମକୁ ଯିବନି କି ଆସିବ ନାହିଁ। ଅନ୍ୟାଦେଶ ନାଆସିବା ଯାଏଁ ଏ ନିୟମ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.