ଚିଲିକାରେ ଉଦ୍ଘାଟିତ ହେଲା ଭସା ପୋଲ

ଚିଲିକା (କେନ୍ଯୁଜ୍) : ଚିଲିକାରେ ଉଦ୍ଘାଟିତ ହେଲା ଭସା ପୋଲ । ବିଧାୟକ ସଂଜୟ ଦାସବର୍ମା ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ପୋଲ ସାତପଡ଼ାରୁ ଜହ୍ନିକୁଦାକୁ ଚିଲିକାରେ ୫ କିଲୋମିଟର ବାଟ ଜଳ ମଧ୍ୟରେ ଯିବ । ଏହି ଭସା ପୋଲ ମଧ୍ୟମରେ କୃଷ୍ଣପ୍ରସାଦ ବ୍ଲକର ଲୋକେ ସୁବିଧାରେ ଯାତାୟତ କରିପାରିବେ । କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ପୁରୀ ଏସ୍ପି ସାର୍ଥକ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।