ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସା ପୋଲ : ୧୦୦ରୁ ଅଧିକ ଯାତ୍ରୀ ସହ ଫସି ରହିଛି ଦୁଇଟି ବସ୍

ଚିଲିକା (କେନ୍ୟୁଜ୍): ଆଜି ସକାଳ ୭ଟା ସମୟରେ ସାତପଡ଼ା ଘାଟରୁ ଯାତ୍ରୀବାହୀ ଭସା ପୋଲଟି କୃଷ୍ଣପ୍ରସାଦ ଜନିକୁଡ଼ା ଘାଟକୁ ଦୁଇଟି ବସ , ୧୦୦ରୁ ଉର୍ଦ୍ଧ ଯାତ୍ରୀ ନେଇ ବାହାରି ଥିଲା । ହଠାତ୍ ନିଜ ଭାରସାମ୍ୟ ହରାଇ ଚିଲିକା ମଝିରେ ଫସି ଯାଇଛି । ଚିଲିକାରେ ପାଣି କମ ଥିବାରୁ ଚ୍ୟାନେଲ ବାହାରକୁ ବାହାରି ଯାଇଥିବାରୁ ଏହି ଭଳି ସମସ୍ୟା ଉପୁଜିଛି । ଏଥିରେ ଯାତ୍ରୀ ମାନଙ୍କ କିଛି ସମସ୍ୟା ହେବ ନାହିଁ ବୋଲି ଭାସପୋଲ ଅଧିକାରୀ କହିଛନ୍ତି ।

ଭସା ପୋଲ ଧୀରେ ଧୀରେ ଚ୍ୟାନେଲ ଭିତରକୁ ଆସୁଥିବା କହିଛନ୍ତି । ଚିଲିକାରେ ଜୁଆର କମି ଯିବାରୁ ଭସା ପୋଲ୍ ଚ୍ୟାନେଲ ରେ ପାଣି କାମ ଅଛି ସେଥିପାଇଁ ଭସାପୋଲ ସେଠାରେ ଅଟକି ରହିଛି ।

Leave A Reply

Your email address will not be published.