ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍ : ଓ୍ଵାଟର ଏରୋଡ୍ରମ୍ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର(କେନ୍ୟୁଜ୍): ଏବେ ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍। ପର୍ୟ୍ୟଟକମାନେ ସି-ପ୍ଲେନ୍ ଜରିଆରେ ଚିଲିକା ଭିତରେ ଓହ୍ଲାଇବେ । ଦେଶରେ ପ୍ରଥମ ଥର ପାଇଁ ଏପରି ପରିକଳ୍ପନା କରାଯାଇଛି । ଚିଲିକା ସମେତ ଦେଶର ତିନିଟି ସ୍ଥାନରେ ଓ୍ଵାଟର ଏରୋଡ୍ରମ୍ କରି ସି-ପ୍ଲେନ୍ ଚଳାଇବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରାଳୟ । ଚିଲିକା, ଗୁଜୁରାଟର ସାବରମତୀ ରିଭରଫ୍ରଣ୍ଟ ଓ ସର୍ଦ୍ଦାର ସରୋବର ଡ୍ୟାମ୍ରେ ଓ୍ଵାଟର ଏରୋଡ୍ରମ ସ୍ଥାପନ କରାଯିବ। କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ଏଥିପାଇଁ ଆବଶ୍ୟକ ଲାଇସେନ୍ସ ଓ ଅନ୍ୟ ପ୍ରକ୍ରିୟା କରିବାକୁ ରେଗୁଲେସନ୍ ଜାରି କରାଯାଇଛି । ଗତ ଜୁନ୍ ୧୪ ଓ ୧୫ ତାରିଖରେ ଚିଲିକାରେ ସି-ପ୍ଲେନ୍ ଉଡାଇବା ନେଇ ଏକ ଟିମ୍ ଫିଜିବିଲିଟି ଷ୍ଟଡି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.