ମାଆ ହେଲା ରାକ୍ଷୀ, ୧୯୯୪ ରେ ଆସିଥିଲା ଭୁବନେଶ୍ୱର

ଭୁବନେଶ୍ୱର(କେନ୍ୟୁଜ) : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର। ସିମ୍ପାଞ୍ଜୀ ରାକ୍ଷୀ ଆଜି ପ୍ରଥମ ଥର ପାଇଁ ମାଆ ହୋଇଛି। ଆଜି ଭୋରରେ ସିମ୍ପାଞ୍ଜୀ ରାକ୍ଷୀ ପ୍ରଥମ ଥର ଏକ ଶାବକ ଜନ୍ମ ଦେଇଛି। ମାଆ ଓ ଛୁଆ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି। ଏହା ପରେ ନନ୍ଦନକାନନରେ ସିମ୍ପାଜୀଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ଗତ ୧୯୯୪ ମସିହାରେ ସିଙ୍ଗୀପୁର ଚିଡିଆଖାନାରୁ ଜୁଲୁ ଓ ପମ୍ପଟା ନାମକ ଦୁଇଟି ସିମ୍ପାଞ୍ଜୀକୁ ନନ୍ଦନକାନନ ଅଣାଯାଇଥିଲା। ଆଫ୍ରିକୀୟ ବଣମଣିଷ ପ୍ରଜାତିରେ ସିମ୍ପାଞ୍ଜୀ ଭାରତରେ ଅନ୍ୟ କୌଣସି ସ୍ଥାନରେ ବଂଶ ବୃଦ୍ଧି ଦେଖାଯାଉନଥିବା ବେଳେ, ଏଠାରେ ଏମାନଙ୍କ ବଂଶ ବୃଦ୍ଧି ଆଶା ଜନକ ଭାବେ ବୃଦ୍ଧି ପାଇଥିଲା।