ଏଲଏସି ଡେଇଁ ଭାରତ ସୀମା ଭିତରକୁ ଚାଲି ଆସିଲେ ଜଣେ ଚୀନ୍‌ ସୈନିକ, କଷ୍ଟଡିରେ ରଖିଲା ଭାରତୀୟ ସେନା

କେନ୍ୟୁଜ୍(ବ୍ୟୁରୋ):  ଭାରତୀୟ ସେନା କଷ୍ଟଡିରେ ଚୀନ୍‌ ଯବାନ । ପୂର୍ବ ଲଦାଖରେ ଏଲଏସି ଡେଇଁ ଭାରତ ସୀମା ଭିତରକୁ ଚାଲି ଆସିଥିଲେ ଜଣେ ଚୀନ୍‌ ସୈନିକ । ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ତଟ ନିକଟରେ ତାଙ୍କୁ ଧରିଥିଲେ ଭାରତୀୟ ଯବାନ । ତାଙ୍କୁ ସେନା ହେପାଜତରେ ରଖାଯାଇଥିବା ଆର୍ମୀ ପକ୍ଷରୁ ସୂଚନା ଦିଆଯାଇଛି। ଏଲଏସି ଡେଇଁ କାହିଁକି ଏବଂ କେଉଁ ପରିସ୍ଥିତିରେ ଆସିଥିଲେ ତାର ତଦନ୍ତ କରାଯାଉଛି । ଚୀନ୍‌ ସୈନିକ ଭାରତୀୟ କଷ୍ଟଡିରେ ଥିବା ପିଏଲଏକୁ ମଧ୍ୟ ଜଣାଇ ଦିଆଯାଇଛି ।

ଗତ ଅକ୍‌ଟୋବରରେ ଏଭଳି ଆଉ ଏକ ଘଟଣା ଘଟିଥିଲା । ପୂର୍ବ ଲଦାଖ ଡେମ୍‌ଚୌକ୍‌ ଅଞ୍ଚଳରୁ ଏଲଏସି ଡେଇଁଥିବା ଜଣେ ଚୀନ୍‌ ଯବାନଙ୍କୁ ଭାରତୀୟ ସେନା ଧରିଥିଲେ । ପରେ ତାଙ୍କୁ ପିଏଲଏସକୁ ହସ୍ତାନ୍ତର କରାଯାଇଥିଲା । ଗତ ମେ ମାସଠାରୁ ପୂର୍ବ ଲଦାଖ ଏଲଏସିରେ ଉତ୍ତେଜନା ଲାଗି ରହିଛି। ମୁହାଁମୁହିଁ ହୋଇ ଅଛନ୍ତି ଦୁଇ ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.