ଚିଟଫଣ୍ଡ ଠକେଇ ମାମଲା : ଆଜି ଦାଖଲ ହେବ ପଞ୍ଚମ ଅନ୍ତରୀଣ ରିପୋର୍ଟ

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ୍. ଏମ୍. ଦାସ କମିଶନ। ପଞ୍ଚମ ପର୍ୟ୍ୟାୟରେ ସତ୍ୟପାଠ ଯାଞ୍ଚ ପରେ କମିଶନ ଏହି ରିପୋର୍ଟ ପ୍ରଦାନ କରିବେ। ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲିଛି। ପଞ୍ଚମ ପର୍ୟ୍ୟାୟରେ ୨ଲକ୍ଷ ୫୨ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ କମିଶନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ୫ମ ପର୍ୟ୍ୟାୟରେ ରାଜ୍ୟ ଭିତରେ ବାହାରେ ମୋଟ ୪୮୬ଟି ଅର୍ଥ ଲଗାଣକାରୀ ସଂସ୍ଥାକୁ ନୋଟିସ୍ ଜାରି କରାଯାଇଥିଲା। ୨୦୧୮ ଜାନୁୟାରୀ ୧୮ରେ କମିଶନ ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।

Leave A Reply

Your email address will not be published.