ପୂରା ପରିବାର ନାଁରେ ଠକେଇ ଅଭିଯୋଗ, କୋର୍ଟରେ ମାମଲା ରୁଜୁ

ବାଲେଶ୍ୱର (କେନ୍ୟୁଜ୍‌) : ଭିଜିଲାନ୍ସ ଅଧିକାରୀଙ୍କ ନାଁରେ ଠକେଇ ଅଭିଯୋଗ। ପୁଣି ବାଲେଶ୍ଵର ଜିଲ୍ଲାରେ ଚିଟ୍‌୍‌ ଫଣ୍ଡ ଦୁର୍ନୀତି । ବାଲେଶ୍ଵର ଭିଜିଲାନ୍ସ କୋର୍ଟର ପୋଲିସ ଅଧିକାରୀ ଏବଂ ତାଙ୍କ ନାବାଳକ ପୁଅ ସହ ପରିବାର ନାଁରେ ବି ଠକେଇ ଅଭିଯୋଗ ହୋଇଛି । ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ପୋଲିସ ଅଧିକାରୀ ରାମଚନ୍ଦ୍ର ମହାଳିକଙ୍କ ସମେତ ସାତ ଜଣ ସହଯୋଗୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ କରିବା ପାଇଁ ରାସଗୋବିନ୍ଦପୁର ଜେଏମଏଫସି କୋର୍ଟ ରାସଗୋବିନ୍ଦପୁର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁମତି ରାଉତ ନାମକ ଜଣେ ମହିଳା ଠକେଇକୁ ନେଇ ଏକଥା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଭିଜିଲାନ୍ସ ପୋଲିସ ଅଧିକାରୀ ରାମଚନ୍ଦ୍ର ମହାଳିକ ଓ ସାଥୀମାନେ ଏକ ବିଦେଶୀ ସଂସ୍ଥା Crowd 1ର jane ଜଣେ ଡାଇରେକ୍ଟର ଭାବେ ନିଜକୁ ପରିଚୟ ଦେଇଥିଲେ । ଏହି ସଂସ୍ଥାରେ ଅନେକ ଧନୀରାଷ୍ଟ୍ର ବିପୁଳ ଅର୍ଥ ବିନିଯୋଗ କରୁଥିବା ଦର୍ଶାଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ । ଆଉ ଅଧିକ ସୁଧର ଲୋଭ ଦେଖାଇ ଜଣ ପିଛା ୯ ହଜାର ୫୦୦ ଟଙ୍କା ନେଇଥିଲେ ।

ଏହା ବଦଳରେ କୋଟି କୋଟି ଟଙ୍କା ଲାଭ ହେବ ବୋଲି କୁଆଡ଼େ ଲୋଭ ଦେଖାଇ ଥିଲେ । ଏହା ସହ ବୋନସ ବାବଦକୁ ବିନା କାର୍ଯ୍ୟରେ ୩ ମାସ ପରେ ୩୦ ଲକ୍ଷ ଟଙ୍କା ହେବ ବୋଲି କହିଥିଲେ । ହେଲେ ତିନି ମାସ କଣ ବର୍ଷେ ପରେ ବି ଲୋକଙ୍କୁ ଟଙ୍କାଟିଏ ବି ମିଳିଲା ନାହିଁ । କୁଆଡ଼େ ଟଙ୍କା ମାଗିଲେ ଗାଳି ଗୁଲଜ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏନେଇ ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.