ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

ଭୁବନେଶ୍ବର(କେନ୍ଯୁଜ୍) : ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। କଟକର ଏକ ଘରୋଇ ନର୍ସିଂ ହୋମ୍ରେ ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ରୂପ ହୋଇଥିବ ଲାବଣ୍ୟବତୀ, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ଫିଲ୍ମ ଗୌରୀର କି ସୁନ୍ଦର ଆହା କି ଆନନ୍ଦମୟ ଆଦି ଲୋକପ୍ରିୟ ଓଡ଼ିଆ ଫିଲ୍୍ମ ଗୀତ ଗାଇଥିଲେ। ଚିତ୍ତ ଜେନାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।