ଡଙ୍ଗାରେ ପାର ହୋଇ ଲୋକଙ୍କ ସମସ୍ୟା ବୁଝିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ

ମାଲକାନଗିରି : ନଦୀରେ ରହିଛି ଭରା ପାଣି । ଏହି ଅଥଳ ଜଳ ଡଙ୍ଗାରେ ପାର ହୋଇ ମାଲକାନଗିରି ଗଜିଆ ଗୁଡା ଗ୍ରାମକୁ ଯାତ୍ରା କଲେ ଚିତ୍ରକୋଣ୍ଡା ବିଧାୟକ ମଂଗୁ ଖିଲ । ନିର୍ବାଚନ ପରେ ଏହା ହେଉଛି ତାଙ୍କର ଗାଜିଆ ଗୁଡା ଗାଁ କୁ ପ୍ରଥମ ଗସ୍ତ । ବିଧାୟକ ଙ୍କ ଆଗମନ କୁ ବେଶ୍ ଉତ୍ସାହ ସହ ଅପେକ୍ଷା କରିଥିଲେ ଗ୍ରାମବାସୀ । ବିଧାୟକ ମଙ୍ଗୁ ଖିଲ ଖଇରପୁଟ ବ୍ଲକ ଗୋବିନ୍ଦ ପାଲି ପଞ୍ଚାୟତର ଗଜିଆ ଗୁଡା ଗ୍ରାମବାସୀ ମାନେ ପାଛୋଟି ନେଇଥିଲେ ବିଧାୟକଙ୍କୁ । ସେଠାରେ ଲୋକଙ୍କ ସମସ୍ୟା ବୁଝିଥିଲେ ।
ଗ୍ରାମରେ ଗୋଟାଏ ବ୍ରିଜ ନିର୍ମାଣ ହେଉଛି କିନ୍ତୁ ଶେଷ ହେବାର ନା ଧରୁନି । ନିର୍ବାଚନ ପୁର୍ବରୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ଆଉ ଜିତିବା ପରେ ନିର୍ମାଣ କାମ କିପରି ଶେଷ ହେବ ତା ଉପରେ ବିଧାୟକ ଙ୍କ ପ୍ରଥମ ନଜର ରହିଛି ବୋଲି କହିଥିଲେ । ଯାହାକି ଜନ ସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରି ଦେଇଥିଲା । ଶେଷରେ ଗ୍ରାମବାସୀ ମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।