ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ମିଷ୍ଟ୍ରି: ତଦନ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ କ୍ରାଇମବ୍ରାଞ୍ଚ, ବାସେଳୀ ସାହିରେ ଅଟକଙ୍କ ବୟାନ୍‌ ରେକର୍ଡ

ପୁରୀ(କେନ୍ଯୁଜ୍): ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ପ୍ରାଇଭେଟ ପିଏସଓ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ମିଷ୍ଟ୍ରିର ତଦନ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ କ୍ରାଇମବ୍ରାଞ୍ଚ ଟିମ । ବାସେଳୀ ସାହିରେ ଅଟକଙ୍କ ବୟାନ୍‌ ରେକର୍ଡ କରାଯାଇଛି। ପୂର୍ବରୁ ଦେଇଥିବା ବୟାନ୍‌ ଓ ଏବେକାର ବୟାନ୍‌ ମଧ୍ୟରେ ତାଳମେଳ ରହୁଛି କି ନାହିଁ ସେନେଇ ଯାଞ୍ଚ କରାଯିବ। ଗତକାଲି ଟିମ୍‌ ମୃତଦେହ ମିଳିଥିବା ସ୍ଥାନ, ଫୋନ କଲ ରେକର୍ଡ, ନଦୀର ଗଭୀରତା, ବାଇକ ପଡିଥିବା ସ୍ଥାନ ଆଦି ଯାଞ୍ଚ କରାଯାଇଛି ।

ଗାଁଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ ହୋଇଛି । ଚିତ୍ତରଞ୍ଜନଙ୍କ ମୃତଦେହ ଦେଖିଥିବା ନୂଆଗାଁର ପ୍ରତ୍ୟକ୍ଷଦର୍ଶୀଙ୍କ ଘରକୁ ଯାଇ ମଧ୍ୟ ପଚରାଉଚୁରା କରାଯାଇଛି। ମୃତ ଚିତ୍ତରଂଜନଙ୍କ ପରିବାର ଲୋକଙ୍କୁ ପଚାରଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ପୁରୀ ମାଟିଆପଡା ଘରୁ ଜଗା ସହ ଚିତ୍ତ ରାତିରେ କାହିଁକି ଏତେ ବାଟ ଗଲା ସେନେଇ ତଦନ୍ତ ଚାଲିଛି। ଘଟଣାସ୍ଥଳରୁ ଉଦ୍ଧାର ସାମଗ୍ରୀ ଓ କଲ୍‌ ଡିଟେଲ୍‌ସ ରେକର୍ଡସର ଯାଞ୍ଚ କରିବ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.